୫ଟି ଲୋକସଭା ଆସନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି : ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ୨୬
19/03/2019 at 10:58 AM

ଭୁବନେଶ୍ୱର ୧୯/୩ : ଆସନ୍ତା ଏପ୍ରିଲ ୧୮ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଓଡ଼ିଶାରେ ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୯ ତାରିଖ ଧାର୍ଯ୍ୟ ହୋଇଛି।
ଓଡ଼ିଶାରେ ୫ଟି ଲୋକସଭା ଆସନ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସହ ଏସବୁ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସମ୍ପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ କିମ୍ବା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଏପଟେ ପ୍ରଥମ ପର୍ଯ୍ୟାୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ଟି ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ଜଣେ ହେଲେ ବି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି | ପ୍ରଥମ ଦିନରେ ବିଧାନସଭା ପାଇଁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | କିନ୍ତୁ ଲୋକସଭା ଆସନ ପାଇଁ କେହି ହେଲେ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି | କଂଗ୍ରେସ ଏବଂ ବିଜେଡିର ତାଲିକା ପ୍ରକାଶ ପାଇନଥିଲା | ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କେହି ଆଗ୍ରହ ପ୍ରକାଶ କରିନଥିଲେ | ଯେଉଁମାନେ ନୀରଦଳୀୟ ରହିବେ ସେହିମାନେ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ | ତେବେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ |
ଚଳିତବର୍ଷ ନିର୍ବାଚନ ଏବଂ ପ୍ରାର୍ଥୀପତ୍ର ଦାଖଲ ବହୁତ ମହତ୍ଵପୁର୍ଣ | ପ୍ରାର୍ଥୀମାନେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିବେ | ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ, ପ୍ରାର୍ଥୀମାନେ ପ୍ରଥମଥର ପାଇଁ ୫ବର୍ଷର ଆୟକର ଟ୍ୟାକ୍ସ ଡିଟେଲ ଦାଖଲ କରିବେ | ଏହାସହ ପାନ ଡିଟେଲ ମଧ୍ୟ ଦାଖଲ କରିବାକୁ ପଡିବ | ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ସାମାନ୍ୟ ତ୍ରୁଟି ବାହାରିଲା ତାହେଲେ ପ୍ରାର୍ଥୀପତ୍ର ନାକଚ ହୋଇଯିବ | ସେଥିପାଇଁ ପ୍ରାର୍ଥୀକୁଙ୍କୁ ଅତ୍ୟନ୍ତ ସତର୍କତାର ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିବ |
ଏବେ ପର୍ଯ୍ୟନ୍ତ ବିଜେପିର ଟିକେଟ ଘୋଷଣା ହୋଇନାହିଁ | ତେବେ ଯେଉଁମାନେ ବିଜେପି ତରଫରୁ ଲଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ଟିକେ କମ ସମୟ ମିଳିବ | ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୨୫ ତାରିଖ ଶେଷ ତାରିଖ | ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ୨୬ ତାରିଖ ଶେଷ ତାରିଖ | ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ |