ସୁଶାନ୍ତଙ୍କ ଶେଷ ଡ୍ୟାନ୍ସ୍ ଭିଡିଓ ଭାଇରାଲ, ହସଖୁସିରେ ସୁଟିଂ ସେଟରେ ନାଚୁଛନ୍ତି…
26/06/2020 at 6:57 PM

ମୁମ୍ବାଇ, ୨୬|୦୬ : ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ଏହି ଘଟଣା ପରେ ସାରା ବଲିଉଡ୍ ଜଗତ ଶୋକରେ ରହିଛି । ସୁଶାନ୍ତଙ୍କ ଫ୍ୟାନ୍ ମାନେ ମଧ୍ୟ ତାଙ୍କୁ ମିସ୍ କରୁଛନ୍ତି । ଏହା ମଧ୍ୟରେ ସୁଶାନ୍ତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଦିଲ୍ ବିଚାରାର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ସୁଶାନ୍ତ ଖୁସିରେ ଫିଲ୍ମ୍ ସେଟରେ ଡ୍ୟାନ୍ସ୍ କରୁଥିବା ଦେଖିବାକୁ ମିଳିଛି । ସେ ଏହି ଭିଡିଓରେ ଖୁସି ଜଣାପଡୁଛନ୍ତି ।
ଏହି ଭିଡିଓରେ ସୁଶାନ୍ତ ଅଭିନେତ୍ରୀ ତଥା ଡ୍ୟାନ୍ସର୍ ଶୁଭଲକ୍ଷ୍ମୀଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମ ସୁଟିଂ ବେଳେ ସେଟ୍ରୁ ବ୍ରେକ୍ ନେଇ ରିଲାକ୍ସ ହେବା ପାଇଁ ସେ ଡ୍ୟାନ୍ସ୍ କରୁଛନ୍ତି ।
ତାଙ୍କ ଦେହାନ୍ତ ପରେ ଏବେ ‘ଦିଲ୍ ବିଚାରା’ ଅତିଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁରେଶ ଛାବଡା । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଜୁଲାଇ ୨୪ରେ ରିଲିଜ ହେବ । ଏଥିରେ କାମ କରିଥିବା ସମସ୍ତ କଳାକାରଙ୍କ ସହ ପ୍ରଯୋଜକ ଓ ନିର୍ଦ୍ଦେଶକ ଖୁସି ଜାହିର କରିବା ସହ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି । ଏଥିରେ ସୁଶାନଙ୍କ ଅପୋଜିଟରେ ସଞ୍ଜନା ଗାନ୍ଧୀ ରହିଛନ୍ତି ।
ପୂର୍ବରୁ ଏହି ଫିଲ୍ମ କିଜି ଅର୍ ମିନି ନାମରେ ରିଲିଜ୍ ହୋଇଥାନ୍ତା । କିନ୍ତୁ ୨୦୧୯ରେ ଏହାର ନାଁ ପରିବର୍ତ୍ତନ ହୋଇ ଦିଲ୍ ବିଚାରା କରାଗଲା । ଦୁଇଥର ଏହାର ରିଲିଜ୍ ତାରିଖ ଟାଳିବାକୁ ପଡିଛି । ଏହା ନଭେମ୍ବର ୨୯ ପରେ ମେ ୮ରେ ରିଲିଜ୍ ହୋଇଥାନ୍ତା ।