Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମାଗଣା ଏଲ୍‌ପିଜି ପାଇଁ ଶେଷ ସୁଯୋଗ, ଆବେଦନ କରିବାକୁ ବାକି ଅଛି ମାସେ

28/05/2020 at 10:08 AM

ନୂଆଦିଲ୍ଲୀ ୨୮।୦୫: ଲକଡାଉନ୍‌ରେ ସାଧାରଣ ଲୋକମାନେ କିପରି ହଇରାଣ- ଅସୁବିଧାର ସାମ୍ନା ନ  କରିବେ ସେଥିପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଇଛନ୍ତି। ବର୍ତ୍ତମାନ ଦେଶରେ ଲକ୍‌ଡାଉନର ୪.୦ ଚାଲିଛି। ଏହି ପରିପ୍ରେକ୍ଷୀରେ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଉପଭୋକ୍ତାଙ୍କୁ ୩ଟି ଲେଖାଏଁ ଗ୍ୟାସ୍‌ ସିଲିଣ୍ଡର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ଗ୍ରାହକଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟକୁ ୧୪.୨ କିଲୋଗ୍ରାମ ସିଲିଣ୍ଡର ରିଫିଲିଂ ବାବଦକୁ ଟଙ୍କା ମଧ୍ୟ ପଠାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ଉଜ୍ଜଳ ଯୋଜନାରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ୩ଟି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦିଆଯିବ । ଯାହାର ଘୋଷଣା ମୋଦି ସରକାର ୧.୭ଲକ୍ଷ କୋଟି ଟଙ୍କାର ପ୍ରଥମ ରିଲିଫ ପ୍ୟାକେଜ୍‌ କରାଯାଇଥିଲା । ମାନେ ଗରିବମାନଙ୍କୁ ମାସକେ ଗୋଟିଏ ସିଲିଣ୍ଡର ମାଗଣାରେ ଦିଆଯିବ । ସେହିପରି ଯେଉଁମାନଙ୍କ ପାଖରେ ୫କିଲୋ ବାଲା ସିଲିଣ୍ଡର ଅଛ, ସେମାନଙ୍କୁ ୩ ମାସରେ ମୋଟ ୮ଟି ସିଲିଣ୍ଡର ଫ୍ରିରେ ମିଳିବ । ସରକାରଙ୍କ ଏହି ସ୍କିମର ଲାଭ କେବଳ  ସେହି ଲୋକ ମାନେ ନେଇପାରିବେ ଯେଉଁମାନେ ଉଜ୍ଜଳ ଗ୍ୟାସ୍‌ ଯୋଜନା ଅନୁଯାୟୀ ରେଜିଷ୍ଟ୍ରାର ହୋଇଥିବେ । ତେବେ ସରକାରଙ୍କ ଏହି ସ୍କିମର ଫାଇଦା ନେବା ପାଇଁ ଆପଣଙ୍କ ପାଖରେ କେବଳ ଗୋଟିଏ ମାସ ବାକି ରହିଛି । ୩ ମାସର ଫ୍ରି ଗ୍ୟାସ୍‌ ସିଲିଣ୍ଡର ପାଇବାର ବୈଧତା ଜୁନ୍‌ ମାସରେ ଶେଷ ହେଉଛି । ଯଦି ଆପଣ ଚାହିଁବେ ମଧ୍ୟ ଏଙି ଯୋଜନାର ଫାଇଦା ନେଇପାରିବେ ।  

ଆପଣ ଏଥିପାଇଁ ଆବେଦନ କରିବାକୁ ପଡିବ । ସର୍ବପ୍ରଥମେ ଆପଣଙ୍କ  ନିକଟରେ ପଞ୍ଚାୟତ ଅଧିକାରୀ ବା ନଗର ନିଗମ ଅଧ୍ୟକ୍ଷଙ୍କ ଦ୍ୱାରା ଅଧିକୃତ ବିଏପିଏଲ୍‌ କାର୍ଡ ବା ବିପିଏଲ୍‌ ରାଶନ କାର୍ଡ ଥିବା ଦରକାର । ଗୋଟିଏ ଫଟୋ ଆଇଡି, ଆଧାର କାର୍ଡ, ଭୋଟର ଆଇଡି ଥିବା ଦରକାର । ଏହା ସହିତ ପାସପୋର୍ଟ ସାଇଜ ଫଟୋ, ରାଶନ କାର୍ଡର ଫଟୋକପି,  ଆତ୍ମ-ଘୋଷଣାନାମା, LIC ପଲିସି , ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ବିପିଏଲ ତାଲିକାରେ ଗେଜେଟେଡ୍ ଅଫିସର (ଗେଜେଟେଡ୍ ଅଫିସର) ଦ୍ୱାରା ଯାଞ୍ଚ ହୋଇଥିବା ନାମରୁ ଏକ ପ୍ରିଣ୍ଟ ଆଉଟ୍ ଥିବା ଆବଶ୍ୟକ |

କିପରି କରିବେ ଆବେଦନ….

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅନୁଯାୟୀ ଗ୍ୟାସ୍‌ କନେକ୍‌ସନ୍‌ ପାଇଁ ବିପିଏଲ୍‌ ପରିବାରର ଯେକୌଣସି ଜଣେ ମହିଳା ଆବେଦନ କରିପାରିବେ । ଏହାସହିତ ଆପଣଙ୍କ KYC ଫର୍ମ ପୂରଣ କରି ନିକଟସ୍ଥ ଏଲ୍‌ପିଡି କେନ୍ଦ୍ରରେ ଜମା କରିବାକୁ ପଡିବ । ଆବେଦନ କରିବା ସମୟରେ ଆପଣଙ୍କୁ ଏହା ମଧ୍ୟ କହିବାକୁ ପଡିବ ଯେ , ଆପଣ ୧୪.୨ କିଲୋଗ୍ରାମର ସିଲିଣ୍ଡର ନେବାକୁ ଚାହୁଁଛନ୍ତି ନା ୫କିଲୋଗ୍ରାମର ସିଲିଣ୍ଡର । ଏଥିପାଇଁ ଆପଣଙ୍କୁ ଫର୍ମ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓ୍ୱେବସାଇଟ୍‌ରୁ ଡାଉନ୍‌ଲୋଡ କରିପାରିବେ ନହେଲେ ନିକଟସ୍ଥ ଏଲ୍‌ପିଜି କେନ୍ଦ୍ରରୁ ମଧ୍ୟ ଆବେଦନ ଫର୍ମ ଆଣିପାରିବେ ।   

   Related Posts