Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କେୟାର ଟେକରଙ୍କୁ ସୁଶାନ୍ତ ସିଂହଙ୍କ ଶେଷ ସନ୍ଦେଶ, “ପ୍ଲିଜ କରୋନା ଭାଇରସରୁ ମୋ ବାପାଙ୍କୁ ରକ୍ଷା କରିବ”

15/06/2020 at 12:00 PM

ମୁମ୍ବାଇ ୧୫/୦୬ : ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ଦିନ ନିଜ ବାସଭବନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି | ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତଙ୍କୁ ବହୁତ ବଡ ଝଟକା ଲାଗିଛି | ସୁଶାନ୍ତ ସିଂହ ମୁମ୍ବାଇରେ ଏକା ରହୁଥିଲେ | ତାଙ୍କ ପିତା ପାଟଣାରେ ରହୁଥିଲେ | ପିତାଙ୍କ ସହ ତାଙ୍କର କେୟାର ଟେକର ଲକ୍ଷ୍ମୀ ଦେବୀ ରୁହନ୍ତି | ଆତ୍ମହତ୍ୟା ପୂର୍ବରୁ ଶେଷଥର ପାଇଁ ଯେତେବେଳେ ସୁଶାନ୍ତ ପିତାଙ୍କ ପାଖକୁ ଫୋନ କରିଥିଲେ ସେତେବେଳେ ସେ ଲକ୍ଷ୍ମୀ ଦେବୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ | ସେତେବେଳେ ସେ ଲକ୍ଷ୍ମୀଙ୍କୁ କହିଥିଲେ, ‘ପ୍ଲିଜ କରୋନା ଭାଇରସରୁ ମୋ ବାପାଙ୍କୁ ରକ୍ଷା କରିବ |’

ଲକ୍ଷ୍ମୀ କହିଛନ୍ତି ଯେ, ରବିବାର ଦିନ ଯେତେବେଳେ ସୁଶାନ୍ତଙ୍କ ବାପା ଭୋଜନ କରିବାକୁ ବସିଲେ ସେତେବେଳେ ମୁମ୍ବାଇରୁ ତାଙ୍କ ପାଖକୁ ଫୋନ ଆସିଥିଲା | ମୁମ୍ବାଇ ପୋଲିସ ଫୋନ କରିଥିଲା | ମୁମ୍ବାଇ ପୋଲିସ ଫୋନ କରି ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିବା ଘଟଣା ତାଙ୍କ ବାପାକୁ ଜଣାଇଥିଲା | ପୁଅର ଆତ୍ମହତ୍ୟା ଖବର ଶୁଣି ସେ ନିଶବ୍ଦ ହୋଇଯାଇଥିଲେ | ତାଙ୍କ ମୁଣ୍ଡ ବୁଲେଇଥିଲା ଏବଂ ସେ ବେହୋସ ହୋଇଯାଇଥିଲେ | ସେ ଏବେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କର ଏକମାତ୍ର ପୁଅ ଆଉ ଏହି ଦୁନିଆରେ ନାହିଁ | ସେ ଏବେ ମଧ୍ୟ ସଦମାରେ ଅଛନ୍ତି | 

ସୁଶାନ୍ତ ସିଂହଙ୍କ ବ୍ୟବଚ୍ଛେଦ ରିପୋର୍ଟ ଗତକାଲି ବିଳମ୍ବିତ ରାତିରେ ଆସିଥିଲା | ସେ ଆତ୍ମହତ୍ୟା କରିଥିବା ଏଥିରେ ସ୍ପଷ୍ଟ ହୋଇଛି | ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ମୁମ୍ବାଇ ପୋଲିସ କହିବାନୁଯାୟୀ, ତାଙ୍କ ଘରୁ କିଛି ଔଷଧ ଜବତ ହୋଇଛି ଯେଉଁଥିରୁ ଜଣାପଡିଛି ଯେ କିଛି ମାସ ହେଲା ସେ ଡିପ୍ରେସନରେ ଥିଲେ ଏବଂ ଡିପ୍ରେସନର ଚିକିତ୍ସା ମଧ୍ୟ କରାଉଥିଲେ | ତାଙ୍କ ରୁମରୁ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ ମିଳିନାହିଁ | ତାଙ୍କ ଘରୁ କୌଣସି ସନ୍ଦେହଜନକ ଜିନିଷ ମଧ୍ୟ ମିଳିନଥିବା ଡିସିପି କହିଛନ୍ତି | ସୁଶାନ୍ତଙ୍କ ଆତ୍ମହତ୍ୟା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି |

   Related Posts