Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଅକ୍ଟୋବର ୨୨ରେ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଅନ୍ତିମ ଡିବେଟ୍, ଏହି ପ୍ରସଙ୍ଗରେ ବିତର୍କ ଚାହୁଛନ୍ତି ଟ୍ରମ୍ପ

20/10/2020 at 9:15 AM

ଓ୍ବାଶିଂଟନ୍ ୨୦/୧୦: ଆମେରିକା ରା​‌ଷ୍ଟ୍ରପତି ନିର୍ବାଚନର ପ୍ରଚାର ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ । ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଆମେରିକା ରା​ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଶେଷ ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ବିଦେଶ ନୀତି ପ୍ରସଙ୍ଗ ଉପରେ ହେବା ନେଇ ଦାବି କରିଛନ୍ତି। ତେବେ ଆଗାମୀ ପ୍ରେସିଡେନସିଅଲ ବିତର୍କ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ।

ଟ୍ରମ୍ପଙ୍କ ପ୍ରଚାର ଅଭିଯାନର ମୁଖ୍ୟ ବିଲ ଷ୍ଟେଫିୟନ ନିର୍ବାଚନ ଆୟୋଗକୁ ଏକ ଚିଠି ଳେଖିଛନ୍ତି। ଏଥିରେ ସେ ବିଦେଶନୀତି ଉପରେ ଅନ୍ତିମ ନିର୍ବାଚନୀ ବିତର୍କ କରାଯିବା ଦାବି କରିଛନ୍ତି। ସେ ଲେଖିଛନ୍ତି ‘ପ୍ରଚାରର ଅଖଣ୍ଡତା ଓ ଆମେରିକାବାସୀଙ୍କ ହିତ ପାଇଁ ଅକ୍ଟୋବର ୨୨ରେ ହେବାକୁ ଥିବା ପ୍ରେସଡେନସିଅଲ ଡିବେଟ୍ ବିଦେଶ ନୀତି ଉପରେ କରିବାକୁ ଅନୁରୋଧ କରିଛନ୍ତି। ଏହି ବିତର୍କ ଉପରେ ସହମତି ପ୍ରକାଶ ପାଇଛି ଓ ଗତ ପ୍ରଚାରରେ ମଧ୍ୟ ଏହା ହିଁ ଥିଲା ପରମ୍ପରା।’

ଷ୍ଟେଫିୟନ ଚିଠିରେ ଆହୁରି ଲେଖିଛନ୍ତି ମୋଡରେଟର କ୍ରିଷ୍ଟନ ଓ୍ବେଲକର କରୋନା ବିରୋଧରେ ଲଢ଼େଇ, ଆମେରିକୀୟ ନାଗରିକ, ଜଳବାୟୁ ପରିବର୍ତନ, ନେତୃତ୍ବ ଓ ବିଦେଶ ନୀତି ଭଳି କିଛି ପ୍ରସଙ୍ଗ ଘୋଷଣା କରିଛନ୍ତି। ଯେଉଁଥିରୁ ଅଧିକାଂଶ ପ୍ରସଙ୍ଗ ପୂର୍ବରୁ ହୋଇଥିବା ବିତର୍କରେ ଚର୍ଚା ହୋଇସାରିଛି। ଏହା ସହ ବିତର୍କ ବେଳେ ଆଶାୟୀ ପ୍ରାର୍ଥୀଙ୍କ ଫୋନ ବନ୍ଦ ରଖିବା ମଧ୍ୟ ଦାବି କରିଛନ୍ତି।

   Related Posts