ନୂଆଦିଲ୍ଲୀ ୭|୯: ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ପାଇଁ ଶେଷ ୧୫ମିନିଟ ଥିଲା ଗୁରୁତ୍ବପୂର୍ଣ୍ଣ । ରାତି ୧.୫୮ମିନିଟରେ ଆରମ୍ଭ ହୋଇଥିଲା ଚନ୍ଦ୍ରାବତରଣ । ବିକ୍ରମର ସ୍ଥିତି ଥିଲା ସନ୍ତୋଷଜନକ । ଇସ୍ରୋ ନିୟନ୍ତ୍ରଣ କକ୍ଷରେ ଖୁସି ଖେଳି ଯାଇଥିଲା । ଅପେକ୍ଷା ଥିଲା ସୁରୁଖୁରୁ ଭାବରେ ଚନ୍ଦ୍ରର ସଫ୍ଟ ଲାଣ୍ଡିଂକୁ । ବିକ୍ରମର ବେଗ କମି କମି ଚାଲିଥିଲା । ଅବତରଣ ପ୍ରକ୍ରିୟା ଆରମ୍ଭ ହେବାର ୧୩ମିନିଟ ଯାଏଁ ସବୁ କିଛି ଠିକ ଥିଲା ।
{"id":154195}ଏହା ଭିତରେ ବି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟାକୁ ସଫଳତାର ସହ ପାର କରିଥିଲା ବିକ୍ରମ । ଇସ୍ରୋ ବୈଜ୍ଞାନିକମାନେ ବେଶ ଖୁସି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବେଶ ଉତ୍ସୁକତାର ସହ ଚାହିଁଥିଲେ । ତାଙ୍କୁ ମଧ୍ୟ ବୈଜ୍ଞାନିକମାନେ ପ୍ରକ୍ରିୟା ସଂପର୍କରେ ଅବଗତ କରି ଚାଲିଥିଲେ ।
{"id":154503}ଲାଣ୍ଡିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ୧.୫୨ମିନିଟ ୫୪ସେକେଣ୍ଡ । ଆଉ ବାକିଥିଲା ୯୦ସେକେଣ୍ଡ । ପ୍ରତି ସେକେଣ୍ଡ ଥିଲା ଅତି ଗୁରୁତ୍ବପୂର୍ଣ୍ଣ । ସେତେବେଳକୁ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨କିଲୋମିଟର ଉପରେ ଥିଲା । ଦୁଇ ପାଦ ଥିଲା ଚନ୍ଦ୍ରକୁ ଛୁଇଁବାକୁ । କିନ୍ତୁ ଅଚାନକ କଣ୍ଟ୍ରୋଲ ରୁମ୍ ନିସ୍ତବ୍ଧ ହୋଇ ଯାଇଥିଲା । ବୈଜ୍ଞାନିକଙ୍କ ଆଖିଥିଲା ମନିଟର ଉପରେ । ନାଲି ଏବଂ ସବୁଜ ରଙ୍ଗର ଗ୍ରାଫ୍ ଆଗକୁ ବଢି ଚାଲିଥିବା ବେଳେ ଅଚାନକ ଗୋଟିଏ ସ୍ଥାନରେ ଅଟକି ଯାଇଥିଲା ।
{"id":154504}ଉତ୍ସୁକତାର ସହ ଅପେକ୍ଷା କରିଥିବା ବୈଜ୍ଞାନିକଙ୍କ ମୁହଁରେ ଟିକିଏ ନିରାଶ ଦେଖିବାକୁ ମିଳିଥିଲା । ବିକ୍ରମର ସ୍ଥିତି ସଂପର୍କରେ ସ୍କ୍ରିନ୍ ରେ ଚାଲିଥିବା ତଥ୍ୟ ଅଟକି ଯାଇଥିଲା । ବୈଜ୍ଞାନିକଙ୍କ ଚିନ୍ତା ବଢି ଯାଇଥିଲା । ଏହି ସମୟରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ନିଜ ସିଟ୍ ଛାଡି ପ୍ରଧାନମନ୍ତ୍ରୀଙ୍କ ପାଖକୁ ବଢି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସଂପର୍କରେ ଅବଗତ କରିଥିଲେ ।
{"id":154505}ଏଥିରୁ ଅନେକ ଆଶଙ୍କା ଜନ୍ମ ନେଇଥିଲା । ଇସ୍ରୋ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରିଦେଇଥିଲା । ନିରାଶା ଛାଇ ଯାଇଥିବା ବେଳେ ଇସ୍ରୋ ଅଧ୍ୟକ୍ଷ ସାମ୍ନାକୁ ଆସି କହିଥିଲେ ଲାଣ୍ଡର ବିକ୍ରମ ସହ ସଂପର୍କ ଛିନ୍ନ ହୋଇ ଯାଇଛି । ବିକ୍ରମ ଏବଂ ପ୍ରଜ୍ଞାଙ୍କ ସଂପର୍କରେ କୌଣସି ସୂଚନା ନାହିଁ । ନିୟନ୍ତ୍ରଣ କକ୍ଷ ସହ ବିକ୍ରମର କୌଣସି ଯୋଗାଯୋଗ ନାହିଁ ।
{"id":154190}ତେବେଡାଟା ଆନାଲିସିସ୍ ଚାଲିଥିବା କେ. ଶିବନ କହିଛନ୍ତି । ଏହାପରେ ହିଁ ଜଣା ପଡିବ କୁଆଡେ ଗଲା ବିକ୍ରମ । ସେହି ଅଜଣା ୯୦ସେକେଣ୍ଡର ଯାତ୍ରା ସଂପର୍କରେ ଜଣାପଡିବ ।