ଧରାପଡିଲା ଓକିଲଙ୍କ ବାହାନା, ଏପରି କାରଣ ଦର୍ଶାଇ ୩୫ ବର୍ଷ ହେଲା ଶନିବାର ବନ୍ଦ ରଖୁଥିଲେ କୋର୍ଟ

Published By : Prameya-News7 Bureau | February 21, 2020 IST

ଡେରାଡୁନ ୨୧।୨:  ଦିନେ ନୁହେଁ କି ବର୍ଷେ ନୁହେଁ ଉତ୍ତରାଖଣ୍ଡର ୩ଟି ଜିଲ୍ଲାର ଓକିଲ ଗତ ୩୫ ବର୍ଷ ହେଲା ଅଜବ କାରଣ ଦର୍ଶାଇ ଶନିବାର କୋର୍ଟ ବନ୍ଦ କରିଆସୁଛନ୍ତି। ଏଥିଲାଗି ସେମାନେ ଯେଉଁ କାରଣ ଦର୍ଶାନ୍ତି ତାହା ହେଉଛି ପାକିସ୍ତାନରେ ବୋମା ବିସ୍ଫୋରଣ, ନେପାଳ ଭୂମିକମ୍ପ, ଶ୍ରୀଲଙ୍କା ରାଜନୀତି ଏପରି ଅନେକ। ତେବେ ଏତେବର୍ଷ ପରେ ସୁପ୍ରିମକୋର୍ଟ ପ୍ରଥମ ଥର ଓକିଲଙ୍କ କୋର୍ଟ ବନ୍ଦର କାରଣ ଜାଣିବାକୁ ପାଇଥିବା ବେଳେ ଏଥିଲାଗି ଉଦବେଗ ପ୍ରକାଶ କରିଛନ୍ତି।

{"id":227395,"width":576,"height":319,"sizeSlug":"large"}

ଏମିତି ଜଣାପଡିଲା ଘଟଣା
ଉତ୍ତରାଖଣ୍ଡ ହାଇକୋର୍ଟଙ୍କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଏହା ପ୍ରଥମଥର ଜଣାପଡିଛି। କୋର୍ଟ କାର୍ଯ୍ୟକୁ ହରିଦ୍ୱାର, ଡେରାଡୁନ ଓ ଉଦ୍ଧମ ସିଂନଗରର ଓକିଲମାନେ ଶନିବାର ବିଭିନ୍ନ ବାହାନାରେ ବନ୍ଦ କରିଆସୁଥିବା ଜଣାପଡିଛି। ତେବେ ସୁପ୍ରିମକୋର୍ଟ ଏହାକୁ ବେଆଇନ କହିଛନ୍ତି।

{"id":227396,"sizeSlug":"large"}

ଗତ ସେପ୍ଟେମ୍ବର ୨୫ରେ ହାଇକୋର୍ଟ ଆଇନ କମିଶନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଯେଉଁଥିରେ ଓକିଲଙ୍କ ଆନ୍ଦୋଳନ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଥିବା ଦର୍ଶାଯାଇଥିଲା। ଏପରିକି ବିଭିନ୍ନ ପୁରୁଣା ମୋକଦ୍ଦମାର ଶୁଣାଣି ବିଳମ୍ବିତ ହୋଇଥିବା ଦର୍ଶାଯାଇଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ ପ୍ରାୟ ୪୫୫ ଥର ଡେରାଡୁନ ଓ ୫୧୫ ଥର ହରିଦ୍ୱାର ଜିଲ୍ଲାରେ ଓକିଲମାନେ ଆନ୍ଦୋଳନ ଦର୍ଶାଇ କୋର୍ଟକୁ ଯାଇନଥିଲେ।

{"id":227397,"sizeSlug":"large"}

ସେମାନେ ବିନା କାରଣରେ ଜାତୀୟ, ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆନ୍ଦୋଳନ କରି କୋର୍ଟ କାର୍ଯ୍ୟ ବନ୍ଦ କରୁଥିବା ଜଣାପଡିଥିଲା।  ଯେଉଁଥିରେ ପାକିସ୍ତାନ ବୋମା ବିସ୍ଫୋରଣ, ଶ୍ରୀଲଙ୍କା ରାଜନୀତି, ନଦୀ ବିବାଦରେ ବି ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ କରିଥିବା ଜଣାପଡିଥିଲା।  ଏହାକୁ ନେଇ ରାଜ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଅନୁଚିତ କହିଥିଲେ। ତେବେ ଅରୁଣ ମିଶ୍ର ଓ ଏମ.ଆର. ଶାହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ, ଏପରି ଦେଶର ବିଭିନ୍ନ ସ୍ଥାନରେ ଘଟୁଛି। ବାର ଆସୋସିଏସନ ଏପରି ଆନ୍ଦୋଳନ କରିବା ଗ୍ରହଣୀୟ ନୁହେଁ। ସବୁ ଶନିବାର ଦିନ କିପରି ଧାରଣ ଦେଉଛ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.