Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଜଧାନୀରେ ବାହାରିଲେ ଆହୁରି ୧୩୭ କରୋନା ସଂକ୍ରମିତ, ମୋଟ୍ ପଜିଟିଭ୍ ସଂଖ୍ୟା ୨୫୦୦ ଟପିଲା

29/07/2020 at 6:26 PM

ଭୁବନେଶ୍ଵର ୨୯।୦୭: ସବୁ ପ୍ରକାରର ପ୍ରୟାସ ପରେ ବି କରୋନାରେ ଲାଗୁନି ବ୍ରେକ। ହୁ ହୁ ହୋଇ ରାଜ୍ୟରେ ବଢି ଚାଲିଛି ସଂକ୍ରମଣ। ଏଥିରେ ତାଳଦେଇ ରାଜଧାନୀ ଭୁବନେଶ୍ଵରରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ରାଜଧାନୀରେ ୧୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିଙ୍କ ସଂଖ୍ୟା ୨୫୦୦ ଟପି ୨୫୦୨ରେ ପହଞ୍ଚିଛି। ୧୩୭ କେସ୍‌ରୁ କ୍ଵାରେଣ୍ଟାଇନ୍‌ରୁ ୯୮ କୋଭିଡ୍-୧୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୩୯ ଜଣ ଅଛନ୍ତି। ବୁଧବାର ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ କରାଯାଇ ଏହାର ସୂଚନା ଦିଆଯାଇଛି।

ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୧୩୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ କ୍ଵାରେଣ୍ଟାଇନ୍‌ କେସ୍ ୯୮ ହୋଇଥିବା ବେଳେ  ଲୋକାଲ କଣ୍ଟାକ୍ଟ ୩୯ ରହିଛି। ୟୁନିଟ୍‌-୧ ବସ୍ତିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ସତ୍ୟନଗରରୁ ୭, କଳ୍ପନା ଛକ ନିକଟରୁ ୬, ଜୟଦୁର୍ଗା ନଗରରୁ ୫, ସହିଦ ନଗରରୁ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅଦ୍ୟାବଧି ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୨କୁ ବୃଦ୍ଧି ଘଟିଛି।

ଅନ୍ୟପକ୍ଷେମ ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ କରୋନାରୁ ଆଉ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆରୋଗ୍ୟ ସଂଖ୍ୟା ୧୨୧୬କୁ ବୃଦ୍ଧି ଘଟିଛି। ଏ ପର୍ଯନ୍ତ ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆକ୍ଟିଭ କେସ୍‌ ୧୨୭୧ ରହିଛି। ଉଲ୍ଲେଖଯୋଗ୍ୟ ବଢୁଥିବା ସଂକ୍ରମଣକୁ ଦେଖି ରାଜଧାନୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ କଡାକଡି ପାଳନ କରାଯାଉଛି।

   Related Posts