ଜାଣନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ କେଉଁ ଜିଲ୍ଲାରେ କେତେ ରହିଛି ବର୍ଷାର ପରିମାଣ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେଉଁଠି କେଉଁଠି ହେବ ବର୍ଷା

Published By : Prameya-News7 Bureau | October 12, 2018 IST

ଭୁବନେଶ୍ୱର ୧୨/୧୦ : ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୭୪ ମିମି ବର୍ଷା ରେକର୍ଡ କରାଯାଇଛି | ୯ଟି ଜିଲ୍ଲାରେ ବର୍ଷାର ପରିମାଣ ହାରାହାରି ୧୦୦ ମିମି ହୋଇଥିବା ଜଣାପଡିଛି | କନ୍ଧମାଳରେ ୨୩୦ ମିମି, ଗଜପତିରେ ୨୦୫ ମିମି, ଖୋର୍ଦ୍ଧାରେ ୧୫୪ ମିମି, ପୁରୀରେ ୧୨୮ ମିମି, ବୌଦ୍ଧରେ ୧୧୮ ମିମି, ଢେଙ୍କାନାଳରେ ୧୦୬.୬ ମିମି, ଏବଂ ଜଗତସିଂହପୁରରେ ୧୦୫.୮ ମିମି ବର୍ଷା ରେକର୍ଡ କରାଯାଇଛି | ୭ଟି ଜିଲ୍ଲାରେ ହାରାହାରି ୫୦ ମିମି ରୁ ୧୦୦ ମିମି ମଧ୍ୟରେ ବର୍ଷା ହୋଇଛି | ଯାଜପୁରରେ ୯୬.୮ ମିମି, ଗଂଜାମରେ ୯୫.୩ ମିମି, ଭଦ୍ରକରେ ୮୨.୧ ମିମି, ରାୟଗଡାରେ ୮୧.୨ ମିମି, ଅନୁଗୁଳରେ ୭୮.୭ ମିମି, କେନ୍ଦ୍ରାପଡାରେ ୭୮.୩ ମିମି ଏବଂ କଳାହାଣ୍ଡିରେ ୫୭.୨ ମିମି | ସେହିଭଳି ହାରାହାରି ୨୫ ମିମିରୁ ୫୦ ମିମି ମଧ୍ୟରେ ୬ଟି ଜିଲ୍ଲାରେ ବର୍ଷା ହୋଇଛି | ବାଲେଶ୍ୱରରେ ୪୭.୪ ମିମି ବର୍ଷା ହୋଇଥିବା ବେଳେ ସୁବର୍ଣ୍ଣପୁରରେ ୪୫.୨ ମିମି, କେନ୍ଦୁଝରରେ ୪୫.୦ ମିମି, ମୟୁରଭଞ୍ଜରେ ୩୮.୩ ମିମି, ବଲାଙ୍ଗୀରରେ ୩୦.୧ ମିମି ଏବଂ ଦେବଗଡ଼ରେ ୨୬.୯ ମିମି ବର୍ଷା ହୋଇଛି | ୩ଟି ଜିଲ୍ଲାରେ ୧୦ ମିମିରୁ ୨୫ ମିମି ବର୍ଷା ହୋଇଛି | କୋରାପୁଟରେ ୧୬.୦ ମିମି ଏବଂ ସମ୍ବଲପୁରରେ ୧୧.୭ ମିମି ବର୍ଷା ହୋଇଛି | ଏଥି ସହ ୩ଟି ଜିଲ୍ଲାରେ ୧୦ ମିମିରୁ ତଳକୁ ବର୍ଷା ହୋଇଥିବାବେଳେ ଅନ୍ୟ ତିନିଟି ଜିଲ୍ଲାରେ ବିଲକୁଲ ବର୍ଷା ହୋଇନାହିଁ | ଜୁନ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୧୮.୭ ପ୍ରତିଶତ ଅଧିକ ବର୍ଷା ହୋଇଛି | ଅପରପକ୍ଷରେ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗର ପୂର୍ବାନୁମାନ କରିଛି | ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ମୟୁରଭଞ୍ଜରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତାକାଲି ଉପକୂଳ ଏବଂ ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି | Status_of_Rainfall_12.10.2018

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.