Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗତ ୨୪ ଘଣ୍ଟାରେ ୧୦ ଦିନ ମଧ୍ୟରେ ସବୁଠୁ ବେଶି ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ବି ଅଧିକ

3/04/2020 at 5:09 PM

ଭୁବନେଶ୍ଵର ୦୩।୦୪: ସାରା ବିଶ୍ଵକୁ ଥରହର କରିଥିବା କରୋନା ଭାଇରସ୍‌ର ରୂପ ଏବେ ଆହୁରି ଭୟଙ୍କର ରହିଛି। ସଂକ୍ରମଣ ଉପରେ ରୋକ୍‌ ଲାଗିନାହିଁ। ସବୁଠୁ ଉଦ୍‌ବେଗଜନକର  ବିଷୟ ହେଲା, ଗତ ୨୪ ଘଣ୍ଟା ଭିତରେ ସାରା ବିଶ୍ଵରେ କୋଭିଡ୍ ୧୯ ଅତି କ୍ଷୀପ୍ର ବେଗରେ ସଂକ୍ରମିତ ହୋଇଛି ଏବଂ ଅଧିକ ଜୀବନ ନେଇଛି। ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହାର ସବିସ୍ତୃତ ତଥ୍ୟ ରଖିବା ବେଳେ ଧୈର୍ଯ୍ୟ, ଶାଳୀନତା ଓ ଅନୁଶାସନର ସହ ଏହି ମହାବିପତ୍ତିର ମୁକା ବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ଵାନକୁ ପାଳନ କରିବା ଲାଗି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ଶ୍ରୀ ବାଗ୍‌ଚୀ ରଖିଥିବା ତଥ୍ୟ ଅନୁଯାୟୀ  ରାଜ୍ୟରେ ଆଜି ସୁଦ୍ଧା ୧୧୧୩  ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କର ନମୂନା ପଜିଟିଭ୍ ଆସିଛି। ତେବେ ବଡ ଖବରଟି ହେଲା ପ୍ରଥମ ଓ ଦ୍ଵିତୀୟ କରୋନା ପଜିଟିଭ୍ ଏଥି ମଧ୍ୟରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ତୃତୀୟ ଓ ଚତୁର୍ଥ ସଂକ୍ରମିତ ରୋଗୀଙ୍କ ସହ ୧୨୪ ଜଣ ସଂସ୍ପର୍ଶରେ ଆସିଥିବା ବେଳେ ପଞ୍ଚମ ରୋଗୀଙ୍କର ସଂସ୍ପର୍ଶରେ ଏବେ ସୁଦ୍ଧା ୩୦ ଜଣ ଆସିଥିବା ସୁଚନା ମିଳିଛି,। କିନ୍ତୁ ଷଷ୍ଠ କରୋନା ପଜିଟିଭଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଥିଲେ ତାହାର ସୂଚନା ଏବେ ସୁଦ୍ଧା ନିର୍ଦ୍ଦିଷ୍ଟ ହୋଇ ନାହିଁ। ତେବେ ଏଥି ମଧ୍ୟରେ ବିଭିନ୍ନ ଡାକ୍ତରଖାନାରେ ସନ୍ଦିଗ୍ଧ କରୋନା ରୋଗୀ ଭାବେ ପୃଥକ ବାସରେ ଥିବା ଅନେକ ଘରକୁ ଫେରିଥିବା ବେଳେ ୬୦ ଜଣ ଚିକିତ୍ସାଳୟରେ ରହିଛନ୍ତି।

ଦେଶ ଓ ବିଶ୍ଵର କରୋନା ସ୍ଥିତି ସଂପର୍କରେ ସୂଚନା ଦେଇ ଶ୍ରୀବାଗ୍‌ଚୀ କହିଛନ୍ତି ଶୁକ୍ର ବାର  ଅପରାହ୍ନ ୩ଟା ସୁଦ୍ଧା ସାରା ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ ଜଣ କରୋନା ସଂକ୍ରମିତ ରହିଛନ୍ତି। କିନ୍ତୁ ୨୪ ଘଣ୍ଟା ତଳେ ସେହି ସଂଖ୍ୟା ୯ ଲକ୍ଷ ୩୭ ହଜାର ୯୭୬ ଥିଲା। ସେହି ଭଳି କରୋନାଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ସୁଦ୍ଧା ୪୭ ହଜାର ୨୭୯ ଥିବା ବେଳେ ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ତାହା ୫୩ ହଜାର ୩୨କୁ ବୃଦ୍ଧି ପାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତକାଲିର ୧୯୬୫ରୁ ଆଜି ୨୩୦୧କୁ ବୃଦ୍ଧି ପାଇଛି। ସେହି ପରି ଗୁରୁବାର ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦ ଥିବା ବେଳେ ଶୁକ୍ରବାର ତାହା ୫୬କୁ ବୃଦ୍ଧି ପାଇଛି। ଏହି ହିସାବରୁ ଗତ ୨୪ ଘଣ୍ଟା ମଧ୍ୟରେ ସାରା  ବିଶ୍ଵରେ କରୋନା ଜନିତି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ୧୦ ମଧ୍ୟରେ ସର୍ବାଧିକ।

କରୋନା ମୁକାବିଲା ପାଇଁ ସତର୍କତା ଓ ସାବଧାନତାକୁ ପୁଣି ଥରେ ଗୁରୁତ୍ଵ ଦେଇ ଶ୍ରୀବାଗ୍‌ଚୀ ବେଶ ସୁନ୍ଦର ସାବଲିଳ ଢଙ୍ଗରେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। କରୋନା ମହା ବିପଦ ହୋଇଥିଲେ ବି ଓଡିଶାରେ ଅତି ବିପଦ ସଙ୍କୁଳ ବା ଭୟାବହ ପରିସ୍ଥିତି ଆସିନାହିଁ। ଆମକୁ ଧୈର୍ଯ୍ୟ, ଶାଳୀନତା ଓ ଅନୁଶାସନର ସହ ଏହାକୁ ମୁକାବିଲା କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ଵାନ ଦେଇଥିବା ପ୍ରକାଶ କରି ଏହାକୁ ରାଜ୍ୟବାସୀ ପାଳନ କରିବାକୁ ଶ୍ରୀବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି ବାୟୁସେନା ଘାଟିରେ ଲେଖା ହୋଇଥିବା ସୂଚନା, ‘ଶାନ୍ତ ସମୟରେ ଝାଳ ବୁହାଇଲେ ଯୁଦ୍ଧ ବେଳେ ରକ୍ତ ବୁହାଇବାକୁ ପଡିବ ନାହିଁ’କୁ ମାନି ଏବେର କଠିନ ସମୟରେ ଆମକୁ ନିୟମ ଭିତରେ ସଚେତନ ଓ ସାବଧାନ ରହିବା ଦରକାର। ଏହା ହେଲେ ଆମେ କରୋନାକୁ ହରାଇ ପାରିବା।   

   Related Posts