Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସେନା ଗୁଳିରେ ଟଳିଲା ଲସ୍କରର ଟପ୍ ପାକିସ୍ତାନୀ କମାଣ୍ଡର, ଚଳିତ ବର୍ଷ ମଲେଣି ୧୮୦ ଆତଙ୍କବାଦୀ

12/10/2020 at 4:18 PM

ଶ୍ରୀନଗର ୧୨।୧୦: ଜାମ୍ମୁ-କାଶ୍ମୀରରେ ସଂପ୍ରତି ଆତଙ୍କବାଦୀ ନିଜର ଜୀବନ ବଞ୍ଚାଇବା ପାଇଁ ପଳାୟନ କରୁଛନ୍ତି। ସୁରକ୍ଷାବଳ ସହ ଗୁଳିବିନିମୟରର ସୋମବାର ଶ୍ରୀନଗରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏଥିରେ ଲସ୍କର-ଏ-ତୋଇବାର ଟପ୍ କମାଣ୍ଡର ସୈଫୁଲ୍ଲାହ ଦନୟାଲୀ ମଧ୍ୟ ସାମିଲ। ସେ ପାକିସ୍ତାନର ବାସିନ୍ଦା। ମୃତକ ଦ୍ଵିତୀୟ ଆତଙ୍କବାଦୀ ପୁଲଓ୍ଵାମାର ବାସିନ୍ଦା। ଜାମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ଗତ ପାଞ୍ଚ ଦିନରେ ଚାରୋଟି ଅଭିଯାନରେ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ଆତ୍ମ ସମର୍ପଣ କରିଛି।

ଶ୍ରୀନଗରର ଓଲ୍ଡ ବରଜୁଲ୍ଲା ଅଞ୍ଚଳରେ ସୁରକ୍ଷାବଳ ସହିତ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ପୋଲିସର ଜଣେ ଅଧିକାରୀ କହିଛନ୍ତି ସୁରକ୍ଷାବଳର ଯବାନ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିବା ପରେ ଭୋର ସକାଳେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ସୁରକ୍ଷାବଳ ଉପରେ ଗୁଳିମାଡ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଏ ତୋଇବାର ଟପ୍ କମାଣ୍ଡର ସୈଫୁଲାହ ସାମିଲ। ସେ ୩ ବଡ ଆକ୍ରମଣରେ ସାମିଲ ଥିଲା। ଏଥିରେ ସିଆରପିଏଫର ୩ ଯବାନ ସହିଦ ହୋଇଥିଲେ। ଡିଜିପି କହିଛନ୍ତି ଚଳିତ ବର୍ଷ ୭୫ଟି ସଫଳ ଅପରେସନରେ ୧୮୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୩୮ ଆତଙ୍କବାଦୀ ଏବଂ ସେମାନଙ୍କର ସହଯୋଗୀ ଧରା ପଡିଛନ୍ତି। ଏହି ସଫଳତା  ଏକ ନୂତନ ରେକର୍ଡ କରିଛି। ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ରାଜ୍ୟରେ ଆତଙ୍କବାଦୀ ସଂଗଠନରେ ଯୁବକଙ୍କ ସାମିଲ ହ୍ରାସ ଘଟିଛି।

   Related Posts