Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସେନାକୁ ସଫଳତା, ଲସ୍କରର ଚାରି ଆତଙ୍କୀ ଗିରଫ

24/05/2020 at 10:37 AM

ଶ୍ରୀନଗର  ୨୪।୦୫: ଜାମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡଧରଣ ସଫଳତା ମିଳିଛି । ଭାରତୀୟ ସେନା ଓ ବଡଗାମ ପୋଲିସର ମିଳିତ ଅପରେସନରେ ଲସ୍କରର ଆତଙ୍କବାଦୀକୁ ଗିରଫ କରିଛନ୍ତି । ଗିରଫ ଆତଙ୍କବାଦୀଙ୍କ ନିକଟରୁ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ବଡଗାମ ଜିଲ୍ଲାର ବିରବା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ସେନା-ପୋଲିସଙ୍କୁ ମିଳିଥିଲା । ଖବର ମିଳିବା ମାତ୍ର ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାକର୍ମୀ ଓ ପୋଲିସ ସ୍ଥାନୀୟ ଅଞ୍ଚଳକୁ ପୂରା ଘେରିଯାଇଥିଲେ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ଅପରେସନ ଚାଲିବା ପରେ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଏକ ବଡ ଧରଣ ଲସ୍କର ମଡ୍ୟୁଲର ପର୍ଦ୍ଦଫାଶ କରିଥିଲେ ସେନା ଓ ପୋଲିସ । ତେବେ ଗିରଫ ହୋଇଥିବା ଆତଙ୍କବାଦୀମାନେ ଲସ୍କର-ଏ-ତୋଇବା ସହିତ ଜଡିତ ଥିବା ସୂଚନା ରହିଛି । ଏନେଇ ପୋଲିସ ଓ ସେନା ବାହିନୀ ଅଧିକ ତଦନ୍ତ ଜାରି ରଖିଛନ୍ତି । ବଡଧରଣ ଆକ୍ରମଣ  ନେଇ ଯୋଜନା କରୁଥିବାର ସୂଚନା ମିଳିଛି । ପୂର୍ବରେ ଏମାନେ କିଛି ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ସହଯୋଗ କରୁଥିବା ମଧ୍ୟ ଖବର ରହିଛି । ତେବେ ପଚରାଉଚରା ସମୟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।



   Related Posts