Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ ଲସ୍କରର ହାତ, ସେନା ଟାର୍ଗେଟ୍‌ରେ ୩ ଆତଙ୍କବାଦୀ

30/10/2020 at 3:22 PM

ଶ୍ରୀନଗର ୩୦।୧୦: ଜାମ୍ମୁ-କାଶ୍ମୀରର କୁଲଗାମରେ ଗୁରୁବାର ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପାଇଁ ଲସ୍କର ଆତଙ୍କବାଦୀ ନିଜକୁ ଦାୟୀ କରିଛନ୍ତି। ଭାରତୀୟ ସୁରକ୍ଷାବଳ ଏହି ଆତଙ୍କବାଦୀଙ୍କୁ ଧରିବା ଲାଗି ତଲାସି ଅଭିଯାନ ଜୋରଦାର କରିଛି। ଲସ୍କରର ତିନି ଜଣ ଆତଙ୍କବାଦୀ ସଂପ୍ରତି ସୁରକ୍ଷାବଳଙ୍କ ଟାର୍ଗେଟ୍‌ରେ ରହିଛି।

ଏହି ପୂରା ମାମଲାରେ ଜାମ୍ମୁ-କାଶ୍ମୀର ପୁଲିସ ଆଇଜି କହିଛନ୍ତି, ଆମେ ଅଗଷ୍ଟ ୫ ପୂର୍ବରୁ ହିଁ ଆତଙ୍କବାଦୀଙ୍କ ନିଶାଣରେ ଥିବା ୧୬ ରୁ ୧୯ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲୁ ଏବଂ ଏହି ସବୁ ଲୋକଙ୍କୁ ଅଲଗା ଅଲଗା  ହୋଟେଲ୍‌ରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ ଫିଦା ହୁସୈନ ମଧ୍ୟ ଥିଲେ। କିନ୍ତୁ କିଛି ଦିନ ପୂର୍ବେ ସେ ଶପଥ ପତ୍ର ଦେଇ ଘରକୁ ଚାଲି ଯାଇଥିଲେ। ଆମ ଟିମ୍‌ ଏହାର ମଧ୍ୟ ତଦନ୍ତ କରୁଛନ୍ତି ଯେ, ଫିଦା ହୁସୈନ ଏତେ ଦୂର କଣ ପାଇଁ ଆସିଥିଲେ। ଏଠାରେ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିଲେ।

ଜାମ୍ମୁ-କାଶ୍ମୀରର ଆଇଜିଙ୍କ ଅନୁଯାୟୀ ଏହି ଘଟଣା ଦେଖି ଲାଗୁଛି ଆତଙ୍କବାଦୀଙ୍କୁ ପୂର୍ବରୁ ଖବର ଥିଲା ଯେ, ବିଜେପି କର୍ମକର୍ତ୍ତା ଦୁର୍ଘଟଣା ସ୍ଥାନକୁ ଆସୁଛନ୍ତି। ବିଜେପି ନେତାଙ୍କ ଗାଡିକୁ ପ୍ରଥମେ ପିଛା କରାଗଲା ଏବଂ ପରେ ଗୁଳିମାଡ କରି ନେତାଙ୍କୁ ହତ୍ୟା କରାଗଲା। ଆଇଜି କହିଛନ୍ତି ଏହା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ। ଭାରତୀ୍ୟ ସୁରକ୍ଷାବଳଙ୍କ ଅନୁଯାୟୀ ଏହି ପୂରା ଘଟଣାରେ ଅବାସ ଶେଖ, ନିସାର ସାମିଲ।

ଉଲ୍ଲେଖନୀୟ ଜାମ୍ମୁ-କାଶ୍ମୀରର କୁଲଗାମ  ଜିଲ୍ଲାରେ ଆତଙ୍କବାଦୀ ବିଜେପି ଯୁବ ମୋର୍ଚ୍ଚାର ସଂପାଦକ ସମେତ ୩ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପାଇଁ ଲସ୍କର ଏ ତୋଇବାର ସମର୍ଥକ ଆତଙ୍କୀ ଗୋଷ୍ଠୀ ଦ ରେସିସଟେନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାର ନିନ୍ଦା କରି ଦୁଃଖ ପ୍ରକଟ କରିଛନ୍ତି।

   Related Posts