ସତ ଓଗାଳିଲା ଆତଙ୍କବାଦୀ, କ୍ୟାମେରା ସମ୍ମୁଖରେ ପାକର ଗୁମର ଖୋଲିଲା ବାବର

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯: କ୍ୟାମେରା ଆଗରେ ମୁହଁ ଖୋଲିଲା ଆତଙ୍କବାଦୀ । ଗତକାଲି ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ଧରାପଡିଥିଲେ ଅଲ୍ଲି ବାବର ପାତ୍ର । ପାକିସ୍ତାନରୁ ଆସିଥିବା ଜୀବନ୍ତ ଆତଙ୍କୀ । ଭାରତୀୟ ସେନାର ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିଲା ।

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ତିନି ଯବାନ ଆହତ ହୋଇଥିଲେ । ସର୍ଚ୍ଚ ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ମଧ୍ୟ ଜବତ ହୋଇଥିଲା । ତେବେ ଆତଙ୍କବାଦୀ ଅଲ୍ଲି ବାବର ପାକର ସବୁ ପ୍ଲାନକୁ ବଖାଣିଛି । ସେ କହିଛି ପାକିସ୍ତାନ ସେନା ମୋତେ ଆତଙ୍କବାଦୀ ଟ୍ରେନିଂ ଦେଇଥିଲା । ଏହାସହ ମୋ ପରିବାର ପାଇଁ ଟଙ୍କା ବି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.