କାଶ୍ମୀରୀଙ୍କ ଉପରେ ଆକ୍ରମଣ ନେଇ ମୁହାଁମୁହିଁ ହେଲେ ଆତଙ୍କୀ, ଲସ୍କରକୁ ହିଜବୁଲର ଧମକ- ଏହା ଶେଷ ଚେତାବନୀ, ପରେ କେବଳ ଆକ୍ସନ

Published By : Prameya-News7 Bureau | April 26, 2020 IST

ଶ୍ରୀନଗର ୨୬।୦୪: ସର୍ବଦା କାପୁରୁଷାପଣ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ବର୍ତ୍ତମାନ ପରସ୍ପରର ରକ୍ତ ନେବାକୁ ଅଣ୍ଟା ଭିଡିଛନ୍ତି। କାଶ୍ମୀର ଘାଟିରେ ସକ୍ରିୟ ଲସ୍କର ଇ ତୋଇବା ଓ ହିଜବୁଲ ମୁଜାହିଦ୍ଦୀନ ଏହି ଦୁଇ ଆତଙ୍କବାଦୀ ସଂପ୍ରତି ପରସ୍ପର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଲସ୍କର ଇ ତୋଇବା ସଂପ୍ରତି ଏକ ନୂତନ ସଂଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ(ଟିଆରଏଫ) ଗଠନ କରିଛି। ନିକଟରେ ହିଜବୁଲ ମୁଜାହିଦ୍ଦୀନର ଟପ୍ କମାଣ୍ଡର ଅବାସ ଶେଖ ହିଜବୁଲ ଛାଡି ଲସ୍କରର ଏହି ନୂତନ ସଂଗଠନ ଟିଆରଏଫରେ ପାଦ  ଦେଇଛି। ଏହି କାରଣରୁ ଟିଆରଏଫ ଓ ଲସ୍କର ଏବେ ମୁଜାହିଦ୍ଦିନର ଟାର୍ଗେଟ୍‌ରେ।

ଏହି ବିଷୟରେ ମୁଜାହିଦ୍ଦୀନ ଶୁକ୍ରବାର ହାତ ଲେଖା ଏକ ପୋଷ୍ଟର ଜାରି କରିଛି। ଏହି ପୋଷ୍ଟରରେ କୁହାଯାଇଛି ଯେ, ତାଙ୍କ ସଂଗଠନର କମାଣ୍ଡର ଅବାସ ଶେଖ ହିଜବୁଲ ଛାଡି ଦେଇଛି। ଅବାସ ଶେଖ ହିଜବୁଲର କାଶ୍ମୀରୀ ପୋଲିସକର୍ମୀ ଓ ସାଧାରଣ  ଜନତାଙ୍କୁ ହତ୍ୟା କରିବା ନୀତିକୁ ସମର୍ଥନ କରୁନଥିଲା।

{"id":260666,"sizeSlug":"large"}

ଗୁଇନ୍ଦା ସୂତ୍ର ଅନୁଯାୟୀ ହିଜବୁଲ ମୁଜାହିଦ୍ଦୀନ ଛାଡିବା ପରେ ଅବାସ ଶେଖ ସଂପୂର୍ଣ୍ଣ ଭାବେ ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛି। ଟିଆରଏଫରେ ସାମିଲ ହେବା ପରେ ସେ ହିଜବୁଲ ଓ ସୁରକ୍ଷାବଳଠୁ ଲୁଚିବାକୁ ଚେଷ୍ଟା କରୁଛି। ଅବାସ ଦାବି କରୁଛି ଯେ, ତା ସହିତ ୧୨ ସକ୍ରିୟ ଆତଙ୍କବାଦୀ ସଦସ୍ୟ ଅଛନ୍ତି ଏବଂ ଅନେକ ଗୁଡାଏ ଅଣ୍ଡର ଗ୍ରାଉଣ୍ଡ ସଦସ୍ୟ ଅଛନ୍ତି।

ଅବାସ ଶେଖ ବିଷୟରେ ଟିଆରଏଫ ମଧ୍ୟ ବୟାନ ଜାରି କରିଛି। ଇସଲାମିକ ଜିହାଦୀ ଲୋଗୋ ଓ 'ରେଜିଷ୍ଟେଣ୍ଟ ଟିଲ୍ ଭିକ୍ଟ୍ରି' ବିଶିଷ୍ଟ ପଞ୍ଚ ଲାଇନ୍ ସହିତ ଏକ ଲେଟର ହେଡ୍  ଉପରେ ଟିଆରଏଫ କହିଛି ଯେ, କିଛି ଦିନ ପୂର୍ବେ ଆମେ ହିଜବୁଲ ମୁଜାହିଦ୍ଦୀନକୁ ଚେତାବନୀ ଦେଇଥିଲୁ ଯେ,  ସେମାନେ  କାଶ୍ମୀର ପୋଲିସକର୍ମୀ ଓ ନାଗରିକଙ୍କୁ ମାରିବା ବନ୍ଦ କରୁ ମାତ୍ର ଏହି ଆତଙ୍କୀ ଗୋଷ୍ଠୀ ସୋପିଆନରେ ଜାମ୍ମୁ-କାଶ୍ମୀରର ଜଣେ ପୋଲିସକର୍ମୀଙ୍କୁ ଅପହରଣ କରି ନେଲେ।

{"id":260667,"sizeSlug":"large"}

ଟିଆରଏଫ ଏହା ମଧ୍ୟ ଲେଖିଛି, ହିଜବୁଲ ମୁଜାହିଦ୍ଦୀନକୁ ବୁଝିବା ଉଚିତ୍ ଯେ, ଆମର ଲଢେଇ ଭାରତୀୟ ସୁରକ୍ଷାବଳ ଓ ଏହାର ମୁଖ୍ୟ ସହିତ ରହିଛି, କାଶ୍ମୀରୀଙ୍କ ସହ ନୁହେଁ। କାଶ୍ମୀରୀ ଆମ ନିଜର ଏବଂ ଆମେ ତାଙ୍କର ସମର୍ଥନ ବିନା ସୁରକ୍ଷାବଳ ବିରୋଧରେ ଲଢି ପାରିବା ନାହିଁ। ଆମେ ଭାବିଥିଲୁ ଯେ, ଏକାଠି ହୋଇ ଲଢିବୁ ମାତ୍ର ଏହା ଆମର ସବୁଠୁ ବଡ ଭୁଲ ଥିଲା।

ଟିଆରଏଫ ଏହା ମଧ୍ୟ କହିଛି, କମାଣ୍ଡର ଶେଖ ଅବାସ ହିଜବୁଲକୁ ଏଥିପାଇଁ ଛାଡିଲେ କାରଣ ସେ କାଶ୍ମୀରୀଙ୍କୁ ମାରିବାକୁ ଚାହୁଁନଥିଲେ। ଏବେ ସେ ଆମ ସହିତ। ଆମେ ତା ବିରୋଧରେ ଲଢେଇ କରିବୁ, ଯିଏ କାଶ୍ମୀରୀଙ୍କୁ କ୍ଷତି ପହଞ୍ଚାଇବ। ଏହା ହିଜବୁଲ ଲାଗି ଅନ୍ତିମ ଚେତାବନୀ। କଠୋର ହେବାକୁ ଆମକୁ ବିବଶ କର ନାହିଁ। ଏହା ପରେ କୌଣସି ଚେତାବନୀ ନୁହଁ, କେବଳ ଆକ୍ସନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.