Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

୨୬/୧୧ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀ ଗିରଫ, ଟେରର୍‌ ଫଣ୍ଡିଂ ଅଭିଯୋଗରେ ଉଠାଇ ନେଲା ପୋଲିସ

2/01/2021 at 6:27 PM

ଇସଲାମାବାଦ ୦୨/୦୧ : ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀ ଗିରଫ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଫଣ୍ଡିଂ ମାମଲାରେ ତାକୁ ଗିରଫ କରାଯାଇଛି । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିଲା ଜାକିଉର ରେହମାନ ।

ପାକିସ୍ତାନର ପଞ୍ଜାବ ଆତଙ୍କବାଦୀ ନିରୋଧ ବିଭାଗର ପ୍ରବକ୍ତା ଏହି ଘଟଣାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୁଖ୍ୟାତ ଆତଙ୍କବାଦୀ ଜାକିଉର ରେହମାନ ଲଖଭୀକୁ ଲାହୋରରୁ ଗିରଫ କରାଯାଇଛି । ୨୦୦୮ରେ ଘଟିଥିବା ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ବିସ୍ଫୋରଣ ଘଟଣା ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଜାକିଉରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିଥିଲା ।

୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ ସମେତ ଅନ୍ୟ ସ୍ଥାନମାନଙ୍କରେ ଭୟଙ୍କର ବିସ୍ଫୋରଣ କରିଥିଲେ । ଏଥିରେ ପ୍ରାୟ ୧୫୫ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଜାକିଉର ରେହମାନ ଲଖଭୀ । ସେତେବେଳେ ଜାକିଉରକୁ ପାକିସ୍ତାନରୁ ଗିରଫ କରାଯାଇଥିଲା ଏବଂ ପରେ ତାକୁ ଛାଡି ଦିଆଯାଇଥିଲା ।

   Related Posts