ସଲମାନ ଖାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ବ୍ରାଜିଲ୍‌ ଅଭିନେତ୍ରୀ ଲରିସା…

Published By : Prameya-News7 Bureau | February 14, 2020 IST

ମୁମ୍ବାଇ୧୪|୨: ବଲିଉଡ ଭାଇଜାନ୍‌ ସଲମାନ୍ ଖାନ ଅଧିକାଂଶ ସମୟ ନୂଆ ଚେହେରାଙ୍କୁ ଫିଲ୍ମ ଜଗତରେ ଲଞ୍ଚ କରନ୍ତି। ସଲମାନ ଅନେକ ବିଦେଶି ଅଭିନେତ୍ରୀଙ୍କୁ ମଧ୍ୟ ବଲିଉଡରେ ଇଣ୍ଟ୍ରଡ୍ୟୁସ୍‌ କରିସାରିଛନ୍ତି। ଏବେ ବ୍ରାଜିଲ୍‌ ମଡେଲ୍‌ ତଥା ଦକ୍ଷିଣୀ ଅଭିନେତ୍ରୀ ଲରିସା ବୋନେସି ବଲିଉଡରେ ପାଦ ଦେବାକୁ ଯାଉଛନ୍ତି।

{"id":224287,"sizeSlug":"large"}

ନିକଟରେ ଲରିସା ସଲମାନଙ୍କ ସହିତ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ।ଅଭିନେତ୍ରୀ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ ଶୀଘ୍ର ସେ ସଲମାନଙ୍କ ସହ ସମସ୍ତଙ୍କୁ ସରପ୍ରାଇଜ୍‌ ଦେବେ।  ଆଉ ଫଟୋର କ୍ୟାପ୍‌ସନ୍‌ରେ ସେ ସଲ୍‌ମାନ୍‌ଙ୍କର ବହୁତ ପ୍ରଶଂସା କରିଛନ୍ତି। ସେ ସଲମାନଙ୍କ ସହ କାମ କରି ନିଜର ଖୁସି ମଧ୍ୟ ପ୍ରକାଶ କରିଛନ୍ତି।

{"id":224288,"sizeSlug":"large"}

ସଲମାନଙ୍କ କାମରୁ ସେ ବହୁତ କିଛି ଶିଖିବାକୁ ପାଇଛନ୍ତି। ତାଙ୍କ ସହିତ ଯୋଡ଼ି ହୋଇ ସେ ନିଜକୁ ଭାଗ୍ୟଶାଳୀ ମଧ୍ୟ ମନେ କରୁଛନ୍ତି। ବ୍ରାଜିଲର ଏହି ମଡେଲ ଓ ଡ୍ୟାନ୍ସର 'ଦେଶୀ ବୟେଜ୍‌' ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏଥିରେ ସେ ଅକ୍ଷୟ କୁମାର ଓ ଜନ୍‌ ଅବ୍ରାହମ୍‌ଙ୍କ ସହିତ 'ସୁବହ ହୋନେ ନା ଦେ' ଗୀତରେ ନାଚିଥିଲେ।

{"id":224289,"sizeSlug":"large"}

ଏହା ବ୍ୟତୀତ ସେ ଟାଇଗର୍ ଶ୍ରଫ୍‌ ଓ ସୂରଜ ପାଞ୍ଚୋଲିଙ୍କ ଭଳି ଅଭିନେତାଙ୍କ ସହିତ ମଧ୍ୟ କିଛି ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ସେ ଦକ୍ଷିଣ ଭାରତୀୟ ଫିଲ୍ମ 'ନେକ୍ସଟ୍‌ ଏନି' ଓ 'ଥିକ୍କା' ଭଳି ଫିଲ୍ମରେ କାମ କରିଛନ୍ତି। ସୈଫ୍ ଅଲି ଖାନ୍‌ଙ୍କ ଫିଲ୍ମ 'ଗୋ ଗୋଆ ଗନ୍‌' ସେ ଜଣେ ସହ-ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ତେବେ ଭାଇଜାନ୍‌ଙ୍କ ସହ ସେ କେବେ ସ୍କ୍ରିନ୍‌ ସେୟାର କରିବେ ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.