Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଆମେରିକା କୋଲୋରାଡୋ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ହଜାର ଫୁଟ୍‌ ଉଚ୍ଚକୁ ଉଠୁଛି ଧୂଆଁ

24/10/2020 at 6:04 PM

ଓ୍ବାଶିଂଟନ ୨୪/୧୦: ଆମେରିକାର କୋଲୋରାଡୋ ଜଙ୍ଗଲ ଏବେ ହୁତୁ ହୁତୁ ହୋଇ ଜଳୁଛି। ଇତିହାସର ଏହା ପ୍ରଥମ ବଡ଼ ଅଗ୍ନିକାଣ୍ଡ, ଏଥିରେ ପାଖାପଖି ୪୦ ହଜାର ଫୁଟ୍‌ ଉପରକୁ ଉଠୁଛି ଧୂଆଁ । ପ୍ରତି ଘଣ୍ଟାରେ ଜଳିଯାଉଛି ୬ ଏକର ଜଙ୍ଗଲ। ଏକ ମିନିଟ୍‌ରେ ୭୦ ଫୁଟ୍‌ବଲ ମୈଦାନ ଆକାରରେ ଜଙ୍ଗଲ ଜଳି ପାଉଁଶ ହେବାରେ ଲାଗିଛି। କିନ୍ତୁ ଦୁଃଖର ବିଷୟ ଏବେଯାଏଁ କେବଳ ୫ ପ୍ରତିଶତ ସ୍ଥାନରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି ଅଗ୍ନିଶମ ବାହିନୀ।

୧୪ ଅକ୍ଟୋବରରୁ ନିଆଁ ଲାଗିଥିବା ବେଳେ ୧୦ ଦିନ ପରେ ବି ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରିନାହିଁ। ଏହି ସବୁ ଅଞ୍ଚଳରୁ ଲୋକଙ୍କୁ ବାହାର କରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ୧୪ ଅକ୍ଟୋବର ଦିନ ନିଆଁ ୧୦ ହଜାର ଏକରରେ ଲାଗିଥିବା ବେଳେ ଏହା ଏତେ ଶୀଘ୍ର ବ୍ୟାପୁଛି ଯେ ଗୁରୁବାର ପର୍ଯ୍ୟନ୍ତ ଏହା ୧୭୦ ହଜାର ଏକରରେ ବ୍ୟାପିସାରିଥିଲା। ଭୀଷଣ ନିଆଁକୁ ଦେଖି ରକି ମାଉଣ୍ଟେନ ନ୍ୟାସନାଲ ପାର୍କ ବନ୍ଦ କରିଦିଆଯାଇଛି।

ତେବେ ଲାଗିଥିବା ନିଆଁର ଧୂଆଁ ୪୦ ହଜାର ଫୁଟ୍‌ ପର୍ଯ୍ୟନ୍ତ ଉଠୁଥିବା ଜଣାପଡ଼ିଛି।ବ୍ୟାପୁଥିବା ନିଆଁ ଓ ଧୂଆଁର ସାଟେଲାଇଟ୍‌ ଫଟୋ ମଧ୍ୟ ଜାରି କରାଯାଇଛି। କିନ୍ତୁ ମିଳିଥିବା ରିପୋର୍ଟ ଅନୁସାରେ କୋଲୋରାଡୋରେ ଏବେ ୭ଟି ସ୍ଥାନରେ ନିଆଁ ଲାଗିଛି। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ସପ୍ତାହରେ ୫ ଲକ୍ଷ ଏକର ଜଙ୍ଗଲ ଧ୍ବଂସ ହୋଇସାରିଛି। ଅନ୍ୟପଟେ ଚଳିତବର୍ଷ କାର୍ଲିଫର୍ଣ୍ଣିଆରେ ନିଆଁ ଲାଗି ୪୦ ଲକ୍ଷ ଏକର ଜଙ୍ଗଲ ଧ୍ବଂସ ପାଇଥିଲା।

   Related Posts