Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ସମାଧାନ ହେଲା ବ୍ରିଟେନର ସର୍ବ ବୃହତ୍ତ ବିବାହ ବିଚ୍ଛେଦ ମାମଲା, ୧୮୬ ନିୟୁତ ଡଲାରରେ ତୁଟିଲା ବିବାଦ

17/07/2021 at 6:56 PM

ଲଣ୍ଡନ : ବ୍ରିଟେନର ସବୁଠୁ ବିବାଦସ୍ପଦ ବିବାହବିଚ୍ଛେଦ ମାମଲାର ସମାଧାନ ହୋଇଯାଇଛି। ଫରଖାଦ ଅଖମେଦୋଭ ତାଙ୍କ ପୂର୍ବତନ ପତ୍ନୀ ତାତିୟାନା ଆକମେଦୋଭାଙ୍କୁ ୧୩୦ ନିୟୁତ ପାଉଣ୍ଡ ଅର୍ଥାତ ୧୮୬ନିୟୁତ ଡଲାର ଦେବାକୁ ଶେଷରେ ସହମତ ହୋଇଛନ୍ତି। ତେବେ ଏହି ବିବାହ ବିଚ୍ଛେଦରେ ଏ ପର୍ଯ୍ୟନ୍ତ ପ୍ରତିବନ୍ଧକ ହୋଇଥିବା ସେମାନଙ୍କ ପାରିବାରିକ ବିଳାଶମୟ ସୁପର ୟାଚ୍‌ ଆପୋଷ ବୁଝାମଣାରେ ସେମାନଙ୍କ ପରିବାର ଟ୍ରଷ୍ଟର ସମ୍ପତ୍ତି ହୋଇଯାଇଛି।

୧୧୫ ମିଟର ଦୀର୍ଘ ୯ ମହଲା ବିଶିଷ୍ଟ ଲୁନା ୟାଚ୍‌ ମାଲିକ ହେବାରେ ଫରଖାଦ ଥିଲେ ବିଶ୍ୱର ଅନ୍ୟତମ ବ୍ୟକ୍ତି। ଯାହାକୁ ସେ ପତ୍ନୀ ତାତିୟାନାଙ୍କ ନଜରରୁ ଗତ ୨୦୧୮ ମସିହା ପରଠାରୁ ଏପର୍ଯ୍ୟନ୍ତ ଦୁବାଇରେ ଲୁଚାଇ ରଖିଛନ୍ତି।  ଧନିକ ପରିବାରର ବିବାଦ ତୁଟିବା ସହ ୟାଚ୍‌ ଏବେ ମୁକ୍ତ ଭାବେ ସାଗରରେ ବିଚରଣ କରିପାରିବ ବୋଲି ଆଖମେଦୋଭଙ୍କ ମୁଖପାତ୍ର କହିଛନ୍ତି। ଏହି ବିବାହ ବିଚ୍ଛେଦ ମାମଲାରେ ଲଣ୍ଡନକୋର୍ଟ ୨୦୧୬ ମସିହାରେ ପ୍ରଥମ ରାୟ ଦେଇଥିଲେ। ସେବେଠାରୁ ଏହି ମାମଲା ବ୍ରିଟେନର ୯ଟି ବିଚାରାଳୟ ବୁଲିସାରିଲାଣି।

ତାତିୟାନାଙ୍କୁ କୋର୍ଟରେ ମୋକଦ୍ଦମା ଲଢିବା ଲାଗି ବର୍ଫୋର୍ଡ କ୍ୟାପିଟାଲ ଲିମିଟେଡ୍ ଆର୍ଥିକ ସହାୟତା କରୁଥିଲେ। ମୋକଦ୍ଦମାର ନିଷ୍ପତ୍ତି ହୋଇସାରିଥିବାରୁ ତାତିୟାନା ଏବେ ୧୦୩ ନିୟୁତ ଡଲାର ପାଇବେ ବୋଲି  ବର୍ଫୋଡ କହିଛନ୍ତି। ଆଜାରବୈଜାନରେ ଜନ୍ମିତ ଫରଖାଦ ତାଙ୍କର ଅଧିକାଂଶ ଧନ ସେୟାର ବିକ୍ରିରୁ ପାଇଥିଲେ।  ୨୦୧୨ ମସିହାରେ ଏକ ଋଷୀୟ ଗ୍ୟାସଉତ୍ପାଦକ କମ୍ପାନୀରେ ଥିବା ତାଙ୍କର ୧.୪ ବିଲିୟନ ଡଲାରର ସେୟାର ବିକ୍ରି କରିଦେଇଥିଲେ। 

୨୦୧୬ରେ ଲଣ୍ଡନ କୋର୍ଟଙ୍କ ରାୟକୁ ଫରଖାଦ ଅସ୍ୱୀକାର କରିଦେଇଥିଲେ। ସେ ତାଙ୍କର ସମସ୍ତ ଟଙ୍କାପଇସା ପୋଡିଦେବେ ହେଲେ ତାତିୟାନାଙ୍କୁ ଦେବେନି କହି ଋଷିଆ ପଳାଇଥିଲେ। ଏହା ପରଠାରୁ ତାତିୟାନା ତାଙ୍କ ସ୍ୱାମୀଙ୍କ ମାଲିକାନାଧୀନ ସବୁଠାରୁ ବଡ ସମ୍ପତ୍ତି ଲୁନା ୟାଚ୍‌ ପଛରେ ପଡିଯାଇଥିଲେ। ତାତିୟାନା ଓ ବର୍ଫୋର୍ଡ ୟାଚ୍‌ର ସନ୍ଧାନ ଲାଗି ବର୍ଷବର୍ଷ ଧରି ବିଶ୍ୱରେ ମହଙ୍ଗା ଯାତ୍ରା କରିଥିବା ବେଳେ ବିଭିନ୍ନ କୋର୍ଟଙ୍କ ଶରଣାପନ୍ନ ମଧ୍ୟ ହୋଇଥିଲେ। ହେଲେ ୟାଚ୍‌ର ଏପର୍ଯ୍ୟନ୍ତ ସନ୍ଧାନ ପାଇପାରିନଥିଲେ।

ତେବେ ତାତିୟାନା ତାଙ୍କ ପୁଅ ତୈମୁରଙ୍କ ବିରୋଧରେ କରିଥିବା ମୋକଦ୍ଦମା ଜିତିବା ପରେ ପୁଅ ହିଁ ପାରିବାରିକ ବିବାଦର ତୁରନ୍ତ ସମାଧାନ ଦାବି କରିଥିଲେ। ତେବେ ସମସ୍ତ ଆଲୋଚନା ବିଫଳ ହେବା ପରେ ବୁଝାମଣା ଲାଗି ପରିବାର ରାଜି ହୋଇଥିଲେ। ବିଚାରପତି ପରିବାରକୁ ନ୍ୟାୟାଳୟସ୍ଥିତ ନିଜ କଖ୍ୟକୁ ଡକାଇ ସେମାନଙ୍କ ସହ ଆଲୋଚନା କରିବା ପରେ ସମାଧାନର ରାସ୍ତା ବାହାରିଛି। ୟାଚ୍‌ଟି ସେମାନଙ୍କ ପାରିବାରିକ ଟ୍ରଷ୍ଟର ସମ୍ପତ୍ତି ହୋଇଯାଇଥିବା ବେଳେ ଫରଖାଦ ତାଙ୍କ ପୂର୍ବତନ ପତ୍ନୀ ତାତିୟାନାଙ୍କୁ ୧୮୬ ନିୟୁତ ଡଲାର ଦେବା ଲାଗି ରାଜି ହୋଇଯାଇଛନ୍ତି। ଏଥିରେ ତାତିୟାନା ମଧ୍ୟ ସହମତ ହୋଇଛନ୍ତି। ଏହା ସହ ସେମାନଙ୍କ ଦୀର୍ଘ ପାରିବାରିକ ବିବାଦର ସମାଧାନ ହୋଇଯାଇଛି। ତେବେ ବିଚାରପତି ମୋକଦ୍ଦମାର ପକ୍ଷମାନଙ୍କୁ ବିଶ୍ୱର ସବୁଠୁ ଦୁଃଖି ଲୋକ ବୋଲି କହିଛନ୍ତି।    

   Related Posts