Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଶ୍ୱର ସର୍ବ ବୃହତ୍ତ ତୈଳ କମ୍ପାନୀ ‘ଅରାମକୋ’ ଉପରେ ଡ୍ରୋନ ଆକ୍ରମଣ, ଜଳୁଛି ୨ଟି ଫାସେଲିଟି

14/09/2019 at 9:35 PM

ଅବକୈକ୍ : ବିଶ୍ୱର ଧନୀ ତୈଳକମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ସାଉଦୀ ଆରବର ‘ଅରାମକୋ’ ତୈଳକମ୍ପାନୀର ୨ଟି ଫ୍ୟାସେଲିଟି ସେଣ୍ଟର ଉପରେ ଶନିବାର ଆକ୍ରମଣ ହୋଇଛି। ଫଳରେ ୨ଟି ଜାକ ଫାସେଲିଟିରେ ଭିଷଣ ଅଗ୍ନୀକାଣ୍ଡ ଘଟିଥିବା ସାଉଦୀଆରବ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।  ଡ୍ରୋନ ଆକ୍ରମଣ ଯୋଗୁ ଆବକୈକ୍ ଓ ଖୁରାଇସ୍ ଫ୍ୟାସେଲିଟିରେ ଅଗ୍ନିକାଣ୍ଡ ଘଟିଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଶନିବାର ଭୋର ପ୍ରାୟ ୪ଟା ବେଳେ ଗୁଳି ଶବ୍ଦ ଶୁଣାଯାଇଥିଲା। ଔଦ୍ୟୋଗିକ ସୁରକ୍ଷା ବଳ ଏହାର ଜବାବ ଦେଇଥିଲେ। ତେବେ ହାଉତୀ ବିଦ୍ରୋହୀମାନେ ଡ୍ରୋନ ଯୋଗେ ଆକ୍ରମଣ କରିବାରୁ ଫ୍ୟାସେଲିଟିରେ ଅଗ୍ନିକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହା ପୂର୍ବରୁ ଅରାମକୋର ନ୍ୟାଚୁରାଲ ଗ୍ୟାସ୍ ଫ୍ୟାସେଲିଟି ସେଣ୍ଟର ଉପରେ ମଧ୍ୟ ଡ୍ରୋନ ଆକ୍ରମଣ ହୋଇଥିଲା। ତେବେ ଗତମାସରେ ହୋଇଥିବା ଏହି ଆକ୍ରମଣରେ ଧନଜୀବନ ହାନୀ ହୋଇନଥିଲା।

ଗତ କିଛିମାସ ହେଲା ହାଉତୀ ବିଦ୍ରୋହୀମାନେ କ୍ରସ-ବର୍ଡର ମିସାଇଲ ଦ୍ୱାରା ସାଉଦୀ ଆରବର ବିମାନଘାଟିକୁ ଟାର୍ଗେଟ୍ କରୁଛନ୍ତି। ତେବେ ଶନିବାର ସକାଳେ ହୋଇଥିବା ଆକ୍ରମଣ ନେଇ କୌଣସି ସଙ୍ଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟି କରିନାହାନ୍ତି। ଗତ ମଇ ମାସରୁ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଦେଖଦେଇଛି। ଏଥିଯୋଗୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଗତ ଜୁନମାସରେ ଇରାନ ଉପରେ ବିମାନ ଆକ୍ରମଣ ଲାଗି ଧମକ ମଧ୍ୟ ଦେଇଥିଲେ।

   Related Posts