Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁରୀରେ ଜଳିଲା ବିଶ୍ବର ସବୁଠୁ ବଡ ଅଖଣ୍ଡ ଦୀପ, ଲମ୍ବ ୧୪ଫୁଟ ଓ ପ୍ରସ୍ଥ ସାଢେ ୮ଫୁଟ

11/03/2021 at 5:05 PM

ପୁରୀ ୧୧।୩: ବିଶ୍ବ ଶାନ୍ତି ତଥା କରୋନା ମହାମାରୀର ବିନାଶ ପାଇଁ ବିଶ୍ବର ସବୁଠୁ ବଡ ଅଖଣ୍ଡ ଦୀପ ଜାଳିଛନ୍ତି ମୁକୁନ୍ଦ ମିଶ୍ର ନଗର ବାସିନ୍ଦା। ପୁରୀ ଗୋପିନାଥ ପୁର ପଞ୍ଚାୟତ ଅଧିନ ମୁକୁନ୍ଦ ମିଶ୍ର ନଗର ବାସିନ୍ଦାମାନେ ପବିତ୍ର ମହାଶିବରାତ୍ରୀ ଅବସରରେ ନଗରର ମୁକୁନ୍ଦେଶ୍ବର ମହାଦେବଙ୍କ ପାଖରେ ସୁବଠାରୁ ବଡ଼ ଅଖଣ୍ଡ ଦୀପ ଜାଳିଛନ୍ତି। ଏହି ଦୀପଟିର ଲମ୍ବ ୧୪ ଫୁଟ ଓ ଓସାର ସାଢ଼େ ୮ଫୁଟ ରହିଛି।

ଦୀର୍ଘ ୧୦ ମାସ ଧରି କରୋନା ମହାମାରୀ ବିଶ୍ବରେ କାୟା ବିସ୍ତାର କରିଚାଲିଥିବା ବେଳେ ଏହାର ବିନାଶ କରିବା ପାଇଁ ଏଭଳି ଅଖଣ୍ଡ ଦୀପ ଜାଳିବା ସହ ବାବା ମୁକୁନ୍ଦେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କଲୋନୀର ସମସ୍ତ ସଦସ୍ୟ । ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେଡ଼ି ରାଜ୍ୟ ଯୁବ ସମ୍ପାଦକ ଶୁବାଶିଷ ଖୁଣ୍ଟିଆ, ନଗରର ସଭାପତି ଜଗଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

   Related Posts