Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜଙ୍ଗଲ ଭିତରେ ବେଧଡକ ଚାଲିଥିଲା ମଦ ତିଆରି, ଅଚାନକ ଚଢ଼ାଉ କଲେ ପୋଲିସ ଓ ଅବକାରୀ ଟିମ୍

24/09/2021 at 2:53 PM

ମୋରଡା ୨୪/୦୯ : ଥମୁନି ଦେଶୀ ମଦ ବ୍ୟାପର । ଜଙ୍ଗଲରେ ଭିତରେ ଚାଲିଥିଲା ଦେଶୀ ମଦ ତିଆରି । କୌଣସି ସୂତ୍ରରୁ ଖବର ପାଇ ଅଚାନକ ମିଳିତ ଭାବେ ଚଢାଉ କରିଥିଲେ ମୋରଡା ଅବକାରୀ ବିଭାଗ ଓ ମୋରଡା ପୋଲିସ । ଭାଲୁକଚୁଆ ଜଙ୍ଗଲ ଭିତରେ ହଠାତ ପୋଲିସ ଦେଖି ଦେଶୀ ମଦ ତିଆରି କରୁଥିବା ଚୋରା ବେପାରୀ ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳେଇଥିଲେ ।

ସେହିପରି ମୋଦନଡିହି ଓ ହାଣ୍ଡିଭଙ୍ଗା ଗାଁର ଏକ ଫାଙ୍କା ସ୍ଥାନରେ ମଧ୍ୟ ଦେଶୀ ମଦ ଓ ପୋଚ୍ ତିଆରି ହେଉଥିବା ଖବର ପାଇଁ ଚଢ଼ାଉ କରାଯାଇଥିଲା । ସେଠାରୁ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ କୁ ଚକମା ଦେଇ ଚୋରା ବେପାରୀ ଖସିବାରେ ସଫଳ ହୋଇଥିଲେ । ସେଠାରେ ମଧ୍ୟ ପୋଚ୍ ଓ ଦେଶୀ ମଦ କୁ ନଷ୍ଟ କରାଯାଇଛି । ତେବେ ମୋଟ ୩୦୦୦ ଲିଟର ପୋଚ୍ ଓ ୧୦୦ ଲିଟର ଦେଶୀ ମଦ ଜବତ ପରେ ଘଟଣା ସ୍ଥଳରେ ସବୁକୁ ନଷ୍ଟ କରିଦିଆଯାଇଛି ।

ତେବେ ନଷ୍ଟ ହୋଇଥିବା ପୋଚ୍ ଓ ଦେଶୀ ମଦର ମୂଲ୍ୟ ୮୦ ହଜାର ଟଙ୍କା ର ହେବ ବୋଲି ମୋରଡା ଅବକାରୀ ଓଆଇସି ଭରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି ଚଢ଼ାଉରେ ସାମିଲ ଥିଲେ ମୋରଡା ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ । ତେବେ ମୋରଡା ଅବକାରୀ ଓ ପୋଲିସ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ । କେବେ ଚୋରା ମଦ ବେପାର କମୁଛି ତାହାକୁ ହିଁ ଅପେକ୍ଷା ।

   Related Posts