ବେଧଡକ ଚାଲିଛି ଧଳାଜହର କାରବାର: ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ଗିରଫ

Published By : Prameya-News7 Bureau | October 22, 2021 IST

ଜଳେଶ୍ୱର ୨୨/୧୦: କରୋନା କାଳରେ ବେଧଡକ ଚାଲିଛି ନିଶା ବେପାର । ଜଳଶ୍ୱେରରୁ ପୁଣି ବିପୁଳ ପରିମାଣର ଧଳଜହର ଜବତ । ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବାବେଳେ ଜଣେ ଫେରାର୍ ହୋଇଯାଇଛି ।

wp:gallery {"ids":[531072],"linkTo":"none"} /wp:gallery

ଜଳେଶ୍ବର ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢାଉରେ ଜବତ ହୋଇଛି ଧଳାଜହର । ସେପଟେ ପୋଲିସ ଗାଡିର କାଚ ଭାଙ୍ଗି ଅନ୍ୟ ଜଣେ ବେପାରୀକୁ ଛଡାଇ ନେଇଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.