ବିପୁଳ ପରିମାଣର ଶାଗୁଆନ କାଠ ସହ ଗାଡି ଜବତ
22/12/2019 at 12:15 PM

ଆଠଗଡ ୨୨।୧୨: ଆଠଗଡ ପଟେଣି ଗାଁରେ ବନବିଭାଗ ଚଢାଉ କରି ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି । ମିନିଟ୍ରକରେ ପ୍ରାୟ ୧୪୦ରୁ ଅଧିକ ଶାଗୁଆନ ଗଣ୍ଡି ଚୋରାଚାଲାଣ ବେଳେ ଜବତ କରିଛି ବନବିଭାଗ । ଘଟଣାସ୍ଥଳରୁ ମିନିଟ୍ରକ ଡ୍ରାଇଭର ଫେରାରେ ହେବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ ଯେ, ବନବିଭାଗ ଶାଗୁଆନ କାଠର ଚୋରଚାଲାଣ ହେଉଥିବାର ଖବର ପାଇଁ ଆଠଗଡ ରେଞ୍ଚ ପଟେଣି ଗାଁରେ ଚଢାଉ କରିଥିଲା । ଚଢାଉରେ ଏକ ମିନିଟ୍ରକରୁ ୧୪୦ରୁ ଅଧିକ ଶାଗୁଆନ କାଠ ଗଣ୍ଡି ଜବତ କରିଛି । ଜବତ ଶାଗୁଆନ କାଠରୁ ଆନୁମାନିକ ମୁଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021