ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଦୀର୍ଘଦିନ ଧରି ଚାଲୁଥିଲା କାରବାର

Published By : Prameya-News7 Bureau | March 31, 2020 IST

ଆଠଗଡ଼ ୩୧।୦୩: ସାରାବିଶ୍ୱ ଏବେ କରୋନା ଭାଇରସ ନେଇଛ ଚିନ୍ତିତ । ତେବେ ଏହାର ଫାଇଦା ନେଇ କିଛି ଲୋକ ମଦ କଳବଜାରୀ କରୁଥିବା ଦେଖିବାକୁ ମିଳିଛି । ପୋଲିସ ଏହାର ଖବର ପାଇ ଚଢାଉ କରିଛି । ଏବଂ ବିପୁଳ ପରିମାଣର ମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗରିଫ ହୋଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ଭିନ୍ନକ୍ଷମର ପରିଚୟ ଦେଉଥିଲେ । ଏବଂ ତାଙ୍କ ବାପ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ଜଣାପଡିଛି ।

{"id":246695,"sizeSlug":"large"}

ସୂଚନାଯୋଗ୍ୟ ଯେ, ତିଗିରିଆ ଥାନା ପୋଲିସ ବିଶ୍ୱସ୍ତସୁତ୍ରରୁ ଖବର ପାଇଥିଲା ଯେ, ଅଞ୍ଚଳରେ ବିପୁଳ ପରିମାଣର ବିଦେଶୀ ମଦ ଗଚ୍ଛିତ ହୋଇ ରହିଛି । ତୁରନ୍ତ ପୋଲିସ ଚଢାଉ କରି ଏକ ଲକ୍ଷରୁ ଅଧିର ଚୋରା ବିଦେଶୀ ମଦ ଜବତ କରିବା  ସହ ଏଥିରେ  ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ତପନ ମୁଦୁଲି ବୋଲି ଜଣାପଡିଛି ।  ଯିଏକି ଜଣେ ଭିନକ୍ଷମ ଭାବେ ପରିଚିତ ହେଉଥିବା ବେଳେ,ବାପ ଜଣେ ଆର୍ମିର ଅବସରପ୍ରାପ୍ତ କର୍ମଚାରୀ ଓ ବସ ମାଲିକ  । ତା ପରେ ପୁଅ ବିଦେଶୀ ମଦ ବେପାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସବୁଠୁ ବଡ଼ କଥା ହେଲା ଚଢ଼ାଉରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ତିଗିରିଆ ଓଆଇସି ରବୀନ୍ଦ୍ର କୁମାର ଭୁଜବଳଙ୍କୁ ଫୋନ ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଥିଲେ ମଧ୍ୟ ତାହାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.