ଶାହାଙ୍କ ମିଶନ୍ ବେଙ୍ଗଲ : ମମତାଙ୍କୁ ଘେରିବାକୁ ବିଜେପିର ବ୍ଲୁ ପ୍ରିଣ୍ଟ୍, ବରିଷ୍ଠ ନେତାଙ୍କୁ ନେଇ ଚକ୍ରବ୍ୟୁହ

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭/୧୨ : ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଗଲାଣି । ଟିଏମସି ଏବଂ ବିଜେପି ମଧ୍ୟରେ ତୁତୁ ମେଁମେଁ ଜାରି ରହିଛି । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଆରମ୍ଭ କରିଛି ବିଜେପି । ଅନେତ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ୬ରୁ ୭ ସଂସଦୀୟ କ୍ଷେତ୍ରର ମୋର୍ଚ୍ଚା ସମ୍ଭାଳିବାକୁ ଦାୟିତ୍ବ ଦିଆସରିଲାଣି ।

ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଶାହାଙ୍କ ସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ସିଂ ସେଖାଓ୍ବତ୍, ସଞ୍ଜୀବ ଓ୍ବାଲିୟାନ, ପ୍ରହଲ୍ଲାଦ ପଟେଲ, ଅର୍ଜୁନ ମୁଣ୍ଡା ଏବଂ ମନସୁଖ୍ ମାଣ୍ଡିଆ ପ୍ରମୁଖ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୧୯ ତାରିଖରେ ଏହି ସମସ୍ତ ନେତାଙ୍କ ସହିତ ଅମିତ ଶାହା ଏକ ବୈଠକ କରିବେ ସହିତ ଆଗାମୀ ରଣନୀତି ପ୍ରସ୍ତୁତ କରିବେ । ଶାହାଙ୍କର ଏହି ୨ ଦିନିଆ ଗସ୍ତରେ ଅମିତ ଶାହା ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ମେଦିନାପୁର ଜିଲ୍ଲାରେ ଜଣେ ଚାଷୀଙ୍କ ଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ତୃଣମୂଳ କଂଗ୍ରେସର ମନ୍ତ୍ରୀ ମଣ୍ଡଳ ଏବଂ ବୁଧବାର ବିଧାୟକ ପଦରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ୨୦୧୯ ଲୋକସଭା ନିର୍ବାଚନରେ ୧୮ ସିଟ ମିଳିବା ପରେ ଉତ୍ସାହିତ ଅଛି ବିଜେପି । ତେବେ ବର୍ତ୍ତମାନ ବିଜେପି ପଶ୍ଚିମବଙ୍ଗରେ ମୁଖ୍ୟ ବିରୋଧୀ ଦଳ ଭାବେ ପ୍ରତିଦ୍ବନ୍ଦିତା ଆରମ୍ଭ କରିଦେଇଛି । ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ମାଜିମାତ କରିବା ସହିତ ତୃଣମୂଳ ସରାକରକୁ ବିଦା କରିବ ବୋଲି ଦଳର ନେତାମାନେ ଦୃଢୋନ୍ତି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.