କରୋନା ଯୋଗୁ ଦେଶରେ ହେବନି ରାବଣ ପୋଡ଼ି, ପ୍ରଥାକୁ ବନ୍ଦ କରିବାକୁ ଲଙ୍କେଶ ଭକ୍ତ ମଣ୍ଡଳର ଦାବି

Published By : Prameya-News7 Bureau | October 25, 2020 IST

ମଥୁରା ୨୫।୧୦:  ସାରା ଦେଶ ଏବେ କରୋନା ଭାଇରସ ମହାମାରୀ ବିରୋଧରେ ସଂଗ୍ରାମ କରୁଛି। ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ସ୍ତରରେ ଜନସମାବେଶକୁ ରୋକିବାକୁ ଉଦ୍ୟମ କରାଯାଉଛି। ଏଥିରେ ଦୁର୍ଗାପୂଜା ମଧ୍ୟ ଫିକା ପଡିଯାଇଛି। ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଜାକଜମକରେ ପୂଜା ହେଉ ନଥିବା ବେଳେ ରାବଣ ପୋଡ଼ି କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି।

{"id":350630,"width":576,"height":344,"sizeSlug":"large"}

ହିନ୍ଦୁ ଧାର୍ମିକ ଗ୍ରନ୍ଥରେ ରାବଣ ପୋଡ଼ି ଭଳି ପ୍ରଥାର ବର୍ଣ୍ଣନା କୌଣସି ଠାରେ ନାହିଁ । ସେହିପରି ଆମ ସମ୍ବିଧାନ ମଧ୍ୟ ଏପରି କୌଣସି କାର୍ଯ୍ୟକୁ ଅନୁମତି ପ୍ରଦାନ କରେନି। ତେବେ ଧାର୍ମିକ ଉନ୍ମାଦ ଓ ରାଜନୈତିକ ଆକ୍ରାଶରେ ଆମଦେଶରେ ଏଭଳି ପୁତଳିକା ଦାହ ହେଉଥିବାର ଦେଖାଯାଉଛି। ତେବେ କରୋନା ମହାମାରୀ ଯୋଗୁ ରାବଣ ଦହନ ଉତ୍ସବ ଚଳିତବର୍ଷ ହେଉ ନଥିବାରୁ ଲଙ୍କେଶ ଭକ୍ତ ମଣ୍ଡଳୀ ଖୁସି ବ୍ୟକ୍ତ କରିଛି।

{"id":350631,"width":575,"height":431,"sizeSlug":"large"}

ଲଙ୍କେଶ ଭକ୍ତମଣ୍ଡଳ ସଭାପତି ଓମବୀର ସାରସ୍ୱତ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ କୃଷ୍ମଙ୍କ ଜନ୍ମଭୂମି ମଥୁରାର ଯମୁନା ନଦୀ କୂଳରେ ଅବସ୍ଥିତ ଶିବ ମନ୍ଦିରରେ ମହାରାଜ ଦଶାନନଙ୍କ ଆରତୀ କରାଯାଇଥିବା କହିଛନ୍ତି। ଲଙ୍କେଶଙ୍କ ଭକ୍ତମାନେ ଦଶାନନଙ୍କ ପୂଜା କରି ପ୍ରତିବର୍ଷ ଦଶହରାରେ ହେଉଥିବା ରାବଣ ପୋଡି କୁପ୍ରଥାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଦେଶରେ ଏଭଳି କାର୍ଯ୍ୟ ଉଭୟ ଶାସ୍ତ୍ର ଓ ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହାକୁ ଅନୁମତି ଦିଆ ନଯାଉ ବୋଲି ସେମାନେ ଦାବି କରିଛନ୍ତି।

{"id":350632,"sizeSlug":"large"}

ମଥୁରାରେ ଲଙ୍କେଶ ପୂଜନ ନେଇ ସାରସ୍ୱତ କହିଛନ୍ତି ଯେ ଆମେ ରାବଣ ମହାରାଜଙ୍କ ଗୋତ୍ରର। ଏହି ଆସ୍ଥା ଯୋଗୁ ଏଠାରେ ଦୀର୍ଘ ବର୍ଷରୁ ରାବଣଙ୍କ ପୂଜାର୍ଚ୍ଚନା ହେଉଛି। ରାବଣ କେବଳ ଜଣେ ବ୍ରାହ୍ମଣ ନଥିଲେ ସେ ମହାଜ୍ଞାନୀ ସାଙ୍ଗକୁ ତପସ୍ୱୀ ମଧ୍ୟ ଥିଲେ। ତେବେ କୁ ପ୍ରଥାର ବଶବର୍ତ୍ତି ହୋଇ ଦେଶରେ କିଛି ଲୋକ ଦଶହରାରେ ରାବଣପୋଡ଼ି ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସେ କହିଛନ୍ତି।  ଯେଉଁଥିରେ ଆମର ରାଜନୀତି ଓ ନେତା ପୃଷ୍ଠ ପୋଷକ ସାଜିଥିବାର ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.