Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସଲମାନ ଖାନଙ୍କ ପରିବାର କିଣିଲେ ଲଙ୍କା ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍, ଟିମ୍‌ରେ ଖେଳିବେ କ୍ରିସ୍ ଗେଲ୍

21/10/2020 at 4:12 PM

ନୂଆଦିଲ୍ଲୀ, ୨୧ ।୧୦ :  ନଭେମ୍ବର ୨୧ରେ ଆରମ୍ଭ ହେବ ଲଙ୍କା ପ୍ରିମିୟର ଲିଗ୍ ବା ଏଲପିଏଲ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅକ୍ଟୋବର ୧୯ରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ୨୦ଜଣ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ । ୫ଟି ଟିମ୍ ଏହି ଖେଳାଳିଙ୍କୁ କିଣିଥିଲା ।  ଏହି ଟି୨୦ ଟୁର୍ଣ୍ଣାମେଣ୍ଟ ଉପରେ ବଲିଉଡ୍ ଜଗତର ନଜର ରହିଛି । ବଲିଉଡର ସୁପରଷ୍ଟାର୍ ସଲମାନ ଖାନଙ୍କ ପରିବାର କାଣ୍ଡି ଟସ୍କର୍ସକୁ କିଣିଛି ।

ସଲମାନଙ୍କ ସାନ ଭାଇ ସୋହେଲ ଏବଂ ପିତା ସଲିମ ଖାନ ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି କାଣ୍ଡି ଟସ୍କର୍ସକୁ କିଣିଛନ୍ତି । ସୋହେଲ ଖାନ ଇଣ୍ଟରନ୍ୟାଶନାଲ ଏଲଏଲପି ଏହି ଟିମରେ ନିବେଶ କରିଛି । ଏନେଇ ଖାନ୍ ପରିବାର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ଖାନ୍ ପରିବାର ପକ୍ଷରୁ କୁହାଯାଇଛି ଯେ, ଅନେକ ବିଦେଶୀ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।ତାଙ୍କ ଟିମ୍ ପାଖରେ ସାମର୍ଥ୍ୟ ରହିଛି । ଏଲପିଏଲରେ ଖେଳାଯିବାକୁ ଥିବା କ୍ୟାଣ୍ଡି ଟସ୍କର୍ସର ସବୁ ମ୍ୟାଚରେ ନିଜେ ସଲମାନ ଖାନ ମଧ୍ୟ ଉପସ୍ଥିତ ରହିବେ ।

ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର କୁଶଲ ପେରେରା, କୁଶଲ ମେଣ୍ଡିସ, ଆସେଲା ଗୁଣରତ୍ନେଙ୍କ ବ୍ୟତୀତ ଦଳରେ କ୍ରିସ୍ ଗେଲ୍, ଲିଆମ ପ୍ଲଙ୍କେଟ ଓ ଓ୍ୱାହବ ରିଆଜଙ୍କୁ କ୍ୟାଣ୍ଡି ଟସ୍କର୍ସ ସ୍ଥାନ ଦେଇଛି । ଗେଲଙ୍କୁ ଦଳରେ ସ୍ଥାନ ମିଳିବା ଖୁସିର କଥା ବୋଲି କହିଛନ୍ତି ସୋହେଲ ଖାନ୍ । ଏହାସହ  ଏସମସ୍ତ ଖେଳାଳିଙ୍କୁ  ନେଇ ଏକ ସନ୍ତୁଳିତ ଟିମ୍ ଗଠନ କରାଯାଇଥିବା ସୋହେଲ କହିଛନ୍ତି ।

   Related Posts