Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲା ଲଙ୍ଗୁର, ଜାଣନ୍ତୁ କାହିଁକି

30/11/2019 at 12:29 PM

ମଥୁରା ୩୦।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଥୁରା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହୋଇଥିଲେ ଲଙ୍ଗୁର (ହନୁ ମାଙ୍କଡ) । ରାଷ୍ଟ୍ରପତି ମଥୁରାର ବାଙ୍କେ ବିହାରୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ । ଗସ୍ତ ସମୟରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା । କାରଣ ବାଙ୍କେ ବିହାରୀ ମନ୍ଦିରରେ ବହୁଳ ଭାବେ ମାଙ୍କଡ ରହିଛନ୍ତି । ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମାଙ୍କଡମାନେ ବହୁତ ହଇରାଣ ହରକତ କରିଥାନ୍ତି । ମାଙ୍କଡମାନେ ଶ୍ରଦ୍ଧାଳୁଙ୍କ ଚଷମା ଟାଣି ନେବା ସହ ସେମାନଙ୍କ ହାତରେ ଥିବା ଖାଦ୍ୟ ସାମଗ୍ରୀ ଛଡାଇନେଇଥାନ୍ତି । ମାଙ୍କଡଙ୍କ ଏଭଳି ପ୍ରାଦୁର୍ଭାବ ପୋଲିସ ପାଇଁ ଚିନ୍ତାର କାରଣ ହୋଇଥିଲା ।

ଗତ ୨୮ତାରିଖ ଦିନ ମଥୁରା ଗସ୍ତରେ ଯାଇ ରାମକୃଷ୍ଣ ମିଶନରୁ ଭିଆଇପି ପାର୍କିଂ ପର୍ଯ୍ୟନ୍ତ ଗାଡିରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ବାଙ୍କେ ବିହାରୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨୫୦ରୁ ୩୦୦ ମିଟର ପର୍ଯ୍ୟନ୍ତ ଗଳି ବାଟ ଦେଇ ଚାଲି ଚାଲି ଯିବାର ଥିଲା । ସେଠାରେ ପ୍ରତ୍ୟେକ ଘରର ଛାତ ଉପରେ ମାଙ୍କଡ ରହୁଥିଲେ । ତେଣୁ ସବୁ ଘରର ଛାତ ଉପରେ ଠେଙ୍ଗା ଧରି ପୋଲିସ କର୍ମଚାରୀ ଜଗିରହିଥିଲେ । କେବଳ ଏତିକି ନୁହେଁ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗୋଟିଏ ଲଙ୍ଗୁରକୁ ମଧ୍ୟ ମୁତୟନ କରାଯାଇଥିଲା ।

ଭିଆଇପି ଅତିଥିଙ୍କ ସୁରକ୍ଷା ଲାଗି ପ୍ରଥମ ଥର ପାଇଁ ଲଙ୍ଗୁର ମୁତୟନ ହୋଇନାହିଁ । ପୂର୍ବରୁ ମଧ୍ୟ ଅନେକ ଥର ସୁରକ୍ଷା ପାଇଁ ଲଙ୍ଗୁରକୁ ମୁତୟନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଗସ୍ତ ସମୟରେ ମଧ୍ୟ ମାଙ୍କଡମାନଙ୍କ ପ୍ରାଦୁର୍ଭାବ କାରଣରୁ ଲଙ୍ଗୁର ମୁତୟନ କରାଯାଇଥିଲା ।

ଲଙ୍ଗୁର ମୁତୟନର କାରଣ ହେଉଛି ମାଙ୍କଡମାନେ ଲଙ୍ଗୁରକୁ ଭୟ କରିଥାନ୍ତି । ଯେଉଁଠାରେ ଲଙ୍ଗୁରମାନେ ଥାଆନ୍ତି ସେଠାରେ ମାଙ୍କଡମାନେ ରୁହନ୍ତି ନାହିଁ । ସେହି ସ୍ଥାନ ଛାଡି ଦୂରକୁ ପଳାଇ ଯାଇଥାନ୍ତି । ଏଥିପାଇଁ କେବେ କେବେ ସୁରକ୍ଷା ବ୍ୟବସ୍ଥାରେ ଲଙ୍ଗୁରମାନଙ୍କୁ ମୁତୟନ କରାଯାଇଥାଏ ।

   Related Posts