କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ, ଯାତ୍ରା ସମୟ ଓ ଦୁର୍ଘଟଣା କମିବ

Published By : Prameya-News7 Bureau | July 07, 2020 IST

ଭୁବନେଶ୍ୱର, ୦୭।୦୭:କଟକ-ଭୁବନେଶ୍ବରରେ ବଦଳିବ ଡ୍ରାଇଭିଂ ତରିକା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ । ଗୃହ ବିଭାଗର ପ୍ରମୁଖ  ସଚିବଙ୍କୁ ଚିଠି ଲେଖି ଟ୍ୱିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ।

wp:html /wp:html

ଟ୍ରାଫିକ ଡିସିପି କହିଛନ୍ତି ଯେ, ଜାତୀୟ ରଜପଥ ୧୬ର ଉଭୟ ପଟେ ୩ଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ । ଲେନ୍ ଡ୍ରାଇଭିଂ ଦ୍ବାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢିବ ଓ ଦୁର୍ଘଟଣା ମଧ୍ୟ କମିବ । ବିଶେଷ କରି ଲେନ୍ ଡ୍ରାଇଭିଂ ଦ୍ବାରା ଓଭର ଟେକିଂ ସମୟରେ ହେଉଥିବା ଦୁର୍ଘଟଣା କମିବ । ଟ୍ବିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍ ଡିସିପି ପ୍ରସ୍ତାବ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.