Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ

27/09/2021 at 11:34 AM

ଜୟପୁର ୨୭।୯: କୋରାପୁଟ ଜିଲ୍ଲା ୨୬ ନଂ ଜାତୀୟ ରାଜପଥ ରାଲେଗଡ ନିକଟରେ ମାଟି ଅତଡା ଧସିଯାଇଛି । ମାଟି ଅତଡା ଧସିବା ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଶୁଙ୍କି ଦେଇ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ଆରକୁ କିମ୍ବା ପାର୍ବତୀପୁରମ୍ ଦେଇ ଆନ୍ଧ୍ରପ୍ରଦେଶ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

ସେପଟେ କୋରାପୁଟ ଜିଲ୍ଲାରେ ପ୍ରଭାବ ପକାଇଛି ବାତ୍ୟା ‘ଗୁଲାବ’ । ରବିବାର ରାତିଠାରୁ ବର୍ଷା ଜାରି ରହିଛି । ଜିଲ୍ଲାରେ ରାତିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ଲାଗି ରହିଛି ।

ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ପ୍ରବଳ ବର୍ଷା ସହ ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ୫ଟି ଘର ଭାଙ୍ଗି ଯାଇଛି । ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରୁଛନ୍ତି । ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫ ପକ୍ଷରୁ ଅପରେସନ ଚାଲିଛି । ତାନସିଲ ଗ୍ରାମରେ ଗୋଟିଏ, କେତନପାଡୁରେ ୨ଟି, ମଡାୱ୍ବାଲସାରେ ୨ଟି ଘରର ଛାତ ଉଡି ଘର ଭାଙ୍ଗି ଯାଇଛି । ଶୁଙ୍କି ନିକଟ ବଡ ନାଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି । ଶୁଙ୍କି ଛକ ସ୍ଥିତ  ଲ୍ୟାମ୍ପ ଗୃହରେ ୮ ପରିବାର ଆଶ୍ରୟ ନେଇଛନ୍ତି ।

   Related Posts