ଗୋଟିଏ ପରେ ଗୋଟିଏ ବିପଦ : ଆସାମରେ ଭୂସ୍ଖଳନ, ପାଖାପାଖି ୨୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 02, 2020 IST

ଗୁଆହାଟୀ ୦୨/୦୬ : କରୋନା ମହାମାରୀ ମଧ୍ୟରେ ଦେଶରେ ନାନା ସମସ୍ୟା ଦେଖା ଦେଇଛି | ଆସାମରେ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି | ସୂଚନା ଅନୁଯାୟୀ, ଭୂସ୍ଖଳନରେ ପାଖାପାଖି ୨୦ ଜଣଙ୍କ ମୃତ୍ୟୁ ହୋଇଛି | ଅନେକ ଲୋକ ଆହତ ହୋଇଛନ୍ତି |

{"id":280192,"sizeSlug":"large"}

ଦକ୍ଷିଣ ଆସାମର ବାରାକ ଘାଟିରେ ଭୀଷଣ ବର୍ଷା ଯୋଗୁଁ କରିମଗଂଜ, ସିଲଚର ଓ ହେଲକାଣ୍ଡିରେ ଭୂସ୍ଖଳନ ହୋଇଛି | ଏଥିରେ ହେଲକାଣ୍ଡିରେ ୭, କରିମଗଂଜରେ ୬ ଜଣଙ୍କର ମୃତ୍ୟୁ ହୋଇଛି | ଦକ୍ଷିଣ ଆସାମର ୩ ଅଲଗା ଅଲଗା ଜିଲ୍ଲାର ୩ ଅଲଗା ଅଲଗା ପରିବାରର ଅନେକ ଲୋକଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ୮ଟି ଶିଶୁ ଅଛନ୍ତି | ବର୍ତ୍ତମାନ ମୃତଦେହଗୁଡିକ ମାଟିତଳୁ ବାହାର କରିବାକୁ ଚେଷ୍ଟା କରାଯାଉଛି | ଆହତମାନଙ୍କ ପାଇଁ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |

{"id":280190,"width":581,"height":435,"sizeSlug":"large"}

ଅପରପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଵାଲ ଭୂସ୍ଖଳନ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି | ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ଟିମଙ୍କୁ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି |

{"id":280194,"sizeSlug":"large"}

ଆସାମର କିଛି ଅଞ୍ଚଳରେ ଗତ କିଛି  ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି | ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହୋଇଛି | ଏହିଭଳି ପରିସ୍ଥିତିରେ ଅନେକ ରାସ୍ତା ମଧ୍ୟ ବନ୍ଦ ରହିଛି | ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି | ସେଥିପାଇଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.