Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭୁସ୍ଖଳନରେ ସେନା ଶିବିର ପ୍ରଭାବିତ, ଫସିଛନ୍ତି ୨୨ ଯବାନ

18/10/2020 at 3:56 PM

ହନୋଇ ୧୮/୧୦: ଭିଏତନାମରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇଛି। ଭୁସ୍ଖଳନରେ ସେନା ଶିବିର ପ୍ରଭାବିତ ହୋଇଛି। ମିଳିଥିବା ରିପୋର୍ଟ ଅନୁସାରେ ୨୨ ଜଣ  ସୈନ୍ୟ ଏବେ ବି ଫସି ରହିଛନ୍ତି। କୁଆଙ୍ଗ ତ୍ରି ପ୍ରାନ୍ତରେ ଭୁସ୍ଖଳ ଘଟି ପାହାଡ଼ ଧସିଯିବାରୁ ତଳେ ଥିବା ସେନା ଶିବୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶିବିରରେ ଥିବା ୨୨ ଯବାନ ମାଟି ତଳେ ଏବେ ବି ଚାପି ହୋଇ ରହିଥିବା ଭିଏତନାମର ଏକ ନ୍ୟୁଜ୍‌ ଏଜେନ୍ସି ରିପୋର୍ଟରୁ ଜଣାପଡ଼ିଛି।

୮ ଜଣ ଯବାନ ନିଜ ଜୀବନ ବଞ୍ଚାଇାବାରେ ସମର୍ଥ ହୋଇଥିବା ବେଳେ ୨୨ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏ​ବେ ସୁଦ୍ଧା ୩ ମୃତ ଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୧୦୦ ଜଣ ଉଦ୍ଧାରକାରୀ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି।

ସୂଚନା ଅନୁଯାୟୀ, ଭିଏତନାମର ମଧ୍ୟଭାଗରେ ସପ୍ତାହେ ହେଲା ପ୍ରବଳ ବର୍ଷା ଜାରି ରହିଛି। ଅନ୍ୟପଟେ ଥୁଆ ଥିନହୁଏ ଅଞ୍ଚଳ​‌ରେ ହୋଇଥିବା ଭୁସ୍ଖଳନରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୧୧ ଯବାନ ଥିବା ଜଣାପଡ଼ିଛି। ଏବେ ଅନ୍ୟ ଯବାନମାନଙ୍କୁ ଉଦ୍ଧାର ପାଇଁ ପ୍ରଚେଷ୍ଟା କରୁଛି ଉଦ୍ଧାରକାରୀ ଦଳ।

   Related Posts