Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

କେରଳ ମୁନ୍ନାରରେ ବଡ଼ ଭୂ-ସ୍ଖଳନ, ୧୩ ମୃତ, ଫଶି ରହିଛନ୍ତି ୭୦ରୁ ଅଧିକ ଲୋକେ

7/08/2020 at 3:11 PM

ଇଡୁକ୍କୀ ୭।୮:  କେରଳ ଇଡୁକ୍କୀ ଜିଲ୍ଲାରେ ବିତ୍ପାତ ରଚିଛି ବର୍ଷା।  ଶୁକ୍ରବାର ବର୍ଷା ଯୋଗୁ ଭୂ-ସ୍ଖଳନରେ ଅନୁନ୍ୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ୧୦ ଜଣଙ୍କୁ ବାହାର କରିଆଣିଛନ୍ତି। ତେବେ ଯୋଗାଯୋଗ ନଥିବାରୁ ଆହୁରି ୭୦ରୁ ଅଧିକ ଲୋକେ ଫଶି ରହିଥିବାର ଆଶଙ୍କା କରାଯାଉଛି। ଭୂ-ସ୍ଖଳନ ଇଡୁକ୍କୀ ଜିଲ୍ଲା ମୁନ୍ନାର ଠାରୁ ୨୫ କିଲୋମିଟର ଦୂର ଚାବଗିଚା ଅଞ୍ଚଳରେ ହୋଇଛି।

ଯେଉଁ ସ୍ଥାନରେ ଭୂ-ସ୍ଖଳନ ହୋଇଛି ସେଠାରେ ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ବସ୍ତି ଥିଲା। ଏଥିରେ ପ୍ରାୟ ୨୦ଟି ଘର ମାଟି ତଳେ ପୋତି ହୋଇଯାଇଥିବା ଜଣାପଡିଛି। ଗତ ୪ ଦିନ ହେଲା କେରଳରେ ବର୍ଷା ଲାଗି ରହିଛି। ଗୁରୁବାର ଭୀଷଣ ବର୍ଷାରେ ରାଜମାଲା ଅଞ୍ଚଳକୁ ସଂଯୁକ୍ତ କରୁଥିବା ପୋଲଟି ଭାସି ଯାଇଛି। ଫଳରେ ପ୍ରଭାବିତ ଅ଼ଞ୍ଚଳକୁ ପହଞ୍ଚିବାରେ ଗୁରୁତର ବାଧା ଉପୁଜିଛି।

ମୁଖ୍ୟମନ୍ତ୍ରୀ ପି.ବିଜୟନ ପ୍ରାକୃତିକ ଦୁର୍ବିପାକ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଦୁଃଖ ବ୍ୟକ୍ତ କରିଛନ୍ତି। କେରଳ ରାଜସ୍ୱମନ୍ତ୍ରୀ ଚନ୍ଦ୍ର ଶେଖରନଙ୍କ ଅନୁସାରେ ଭୂ-ସ୍ଖଳନ ହୋଇଥିବା ସ୍ଥାନରେ ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କର ୪ଟି କଲୋନୀ ଥିଲା। ଏଥିରେ ପ୍ରାୟ ୮୦ରୁ ଅଧିକ ଲୋକେ ରହୁଥିଲେ। ତେବେ ଭୂ-ସ୍ଖଳନ ବେଳେ ସେଠାରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପାଗ ଖରାପ କାରଣରୁ ସେଠାରେ ଅଟକି ରହିଥିବା ଲୋକଙ୍କୁ ଏୟାର ଲିଫ୍ଟ ମଧ୍ୟ କରାଯାଇ ପାରୁନଥିବା ମନ୍ତ୍ରୀ କହିଛନ୍ତି।  

   Related Posts