Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଉତ୍ତରାଖଣ୍ଡରେ ଭୂସ୍ଖଳନ : ପାହାଡ ଭାଙ୍ଗି ରାସ୍ତା ଉପରେ ପଡୁଥିଲା ପଥରଖଣ୍ଡ, ଜୀବନକୁ ଖାତିର୍ ନ କରି ଲୋକେ କରୁଥିଲେ ଭିଡିଓ

21/07/2020 at 3:17 PM

ଚମୋଲି ୨୧/୦୭ : ଉତ୍ତରାଖଣ୍ଡ ଚମୋଲିରେ ମୌସୁମୀ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ମାମଲା ସାମ୍ନାକୁ ଆସିଛି | ଚମୋଲି ପିପଲକୋଟି ନିକଟରେ ଭୂସ୍ଖଳନ ହୋଇଛି | ଭୂସ୍ଖଳନ ଯୋଗୁଁ ୦୭ ନମ୍ବର ଜାତୀୟ ରାଜପଥ ବନ୍ଦ କରିଦିଆଯାଇଛି | ଭୂସ୍ଖଳନ ବେଳେ ଲୋକଙ୍କ ଅସାବଧାନତା ସାମ୍ନାକୁ ଆସିଛି | ଲୋକେ ନିଜ ଜୀବନକୁ ବିପଦରେ ପକାଇ ଭୂସ୍ଖଳନ ଦୃଶ୍ୟ ଦେଖିବାକୁ ଜମା ହୋଇଥିଲେ | ଜୀବନକୁ ଖାତିର ନ କରି ଲୋକେ ଛିଡା ହୋଇ ଭିଡିଓ ରେକର୍ଡିଙ୍ଗ କରୁଥିଲେ | ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ପାଣିପାଗ ବିଭାଗ ଉତ୍ତରାଖଣ୍ଡରେ ବର୍ଷାର ପୂର୍ବାନୁମାନ କରି ଆଲର୍ଟ ଜାରି କରିଛନ୍ତି | 

ନ୍ୟୁଜ ଏଜେନ୍ସି ଏଏନଆଇ ଏକ ଟ୍ୱିଟ କରିଛି ଯେଉଁଥିରେ ଭୂସ୍ଖଳନ ଭିଡିଓ ସେୟାର କରାଯାଇଛି | ଭିଡିଓରେ ପାହାଡ ଭାଙ୍ଗି ରାସ୍ତା ଉପରେ ପଡୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି | ପାହାଡ ଭାଙ୍ଗି ରାସ୍ତା ଉପରେ ପଥରଖଣ୍ଡ ପଡ଼ିଥିବାରୁ ଜାତୀୟ ରାଜପଥରେ ଯାନବାହାନ ଯାତାୟାତ ବନ୍ଦ କରାଯାଇଛି |

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତରାଖଣ୍ଡରେ ଆଗାମୀ ୭୨ ଘଣ୍ଟା ଯାଏଁ ଆଲର୍ଟ ରହିବା ଆବଶ୍ୟକ | କାରଣ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଚେତାବନୀ ଜାରି କରିଛନ୍ତି | ପାଣିପାଗ ବିଭାଗ ଅନୁଯାୟୀ, ଜୁଲାଇ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ରେଡ ଆଲର୍ଟ ଜାରି କରାଯାଇଛି |

ଉତ୍ତରାଖଣ୍ଡ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୫ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି | ହିଁ ୫ ଜିଲ୍ଲା ହେଲା ଉତ୍ତରକାସି, ଚମୋଲି, ରୁଦ୍ରପ୍ରୟାଗ, ବାଗେଶ୍ଵର, ପିଥୋରାଗଡ଼ | ଏଠାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି | ଡେରାଡୁନ, ହରିଦ୍ୱାର, ଟିହରୀ, ପୋୖଡି, ନୈନିତାଲ ଅଲମୋଡା ଜିଲ୍ଲା ପାଇଁ ୭୨ ଘଣ୍ଟାରେ ଭାରି ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି |  

   Related Posts