Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଭୂସ୍ଖଳନର ତାଣ୍ଡବ : ଚାହୁଁ ଚାହୁଁ ଭୁଷୁଡିପଡିଲା ପାହାଡ, ଜୀବନ ବଞ୍ଚାଇ ଦୌଡିଲେ ଲୋକେ, ଲେମଟାଙ୍କୁରା ଭିଡିଓ…

3/08/2021 at 6:08 PM

ସିରମୋର ୦୩/୦୮ : ଉତ୍ତର ଭାରତରେ ଲଗାତାର ଭାବେ ଭୂସ୍ଖଳନର ତାଣ୍ଡବ ଜାରି ରହିଛି । ବିଭିନ୍ନ ସ୍ଥାନରେ ପାହାଡ ଭୁଷୁଡି ଜନ ଜୀବନ ଛାରଖାର ହୋଇଯାଉଛି । ଗତ କିଛି ଦିନ ତଳେ କିନ୍ନୋରରେ ଭୂସ୍ଖଳନ ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ ହିମାଚଳ ପ୍ରଦେଶର ସିରମୌର ଅଞ୍ଚଳରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସଙ୍ଗଡାହ-ହରିପୁରଧାର ରୋଡ୍‌ରେ ପାହାଡ ଧସିବା ଫଲରେ ସେଠାରେ ଉପସ୍ଥିତ ଲୋକମାନେ ଜୀବନ ବଞ୍ଚାଇ ଏଣେ ତେଣେ ଦୌଡିଥିଲେ ।

ସଙ୍ଗଡାହ-ହରିପୁରଧାର ଯିବା ରାସ୍ତାରେ ପାହାଡ ଉପରୁ ବିଶାଳ ଖଣ୍ଡ ଧସିଥିଲା । ଯାହାଫଳରେ ବଡ ବଡ ପଥର, ମାଟି ରାସ୍ତା ଉପରେ ପଡିବାକୁ ଲାଗିଲା । ଫଳ​‌ରେ ଉଭୟ ପଟୁ ଯିବା ଆସିବା ଠପ୍‌ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ପୁଣି ପାହାଡ ଧସିବା ନେଇ ଆଶଙ୍କା ଥିବାରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ଅର୍ଥାତ ସୋମବାର ପାହାଡର କିଛି ଅଂଶ ଭୁଶୁଡିବା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ଜେସିବି ମେସିନ୍‌ ସହାୟତାରେ ମାଟି ଏବଂ ପଥର ସବୁକୁ ହଠାଯାଉଥିଲା ।

ଏହି ସମୟରେ ହଠାତ୍ ଉପରୁ ପାହାଡ ଧସିବା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଫଳ​‌ରେ ଜେସିବି ଚାଳକ ଉପସ୍ଥିତି ବୁଦ୍ଧି ପ୍ରୟୋଗ ଗରି ପଛକୁ ହଟିଯିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ପାହାଡର ଏକ ବିଶାଳ ଅଂଶ ଭୁଶୁଡି ପଡିଥିଲା । ରାସ୍ତାର ଉଭୟ ପଟରୁ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଲଗାତାର ଭାବେ ଭୂସ୍ଖଳନ ହେଉଛି । କିଛି ଦିନ ତଳେ ଲାହୋଲ ସ୍ପିତିରେ ପ୍ରବଳ ବର୍ଷା କାରଣରୁ ଲ୍ୟାଣ୍ଡ୍ ସ୍ଲାଇଡ୍‌ ହୋଇଥିଲା । ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଫଲରେ ଶହ ଶହ ପର୍ଯ୍ୟଟକ ଫସିରହିଥିଲେ । ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ସମ୍ପୂର୍ଣ୍ଣ ରାସ୍ତା ଭୁଷୁଡି ପଡିଥିଲା । ଯାତାୟତ ବାଧାପ୍ରାପ୍ତ ହେବା ସହିତ ବାଣିଜ୍ୟ କାରବାର ମଧ୍ୟ ଠପ୍‌ ହୋଇଯାଇଛି । ସେହି ରାସ୍ତାରେ ସୈନ୍ୟବାହିନୀ ମଧ୍ୟ ଯାଆସ କରୁଥିଲେ । ଲଗାତାର ଭୁସ୍ଖଳନ ହେବା ଯୋଗୁଁ ଜାତୀୟ ରାଜପଥକୁ ସିଲ୍‌ କରିଦିଆଯାଇଛି ।  

   Related Posts