ପ୍ରକୃତି ଆଗରେ କେତେ ଅସହାୟ ବିଜ୍ଞାନୀ ମଣିଷ: ଆଖି ପିଛୁଳାକେ ସମୁଦ୍ର ଆଁରେ ପଶିଗଲା ବିରାଟ ଭୂଖଣ୍ଡ ସହ ଅନେକ ଘର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 04, 2020 IST

ନରଓ୍ୱେ, ୦୪|୦୬:  ପକୃତି ଆଗରେ ସାରା ମାନଜ ଜାତି ତୁଚ୍ଛ । କେତେବେଳେ ପ୍ରକୃତି ତାହାର ସୁନ୍ଦର ରୂପ ଦେଖାଏ ତ ପୁଣି କେତେବେଳେ ତାଣ୍ଡବ ରଚିଥାଏ । ଏପରି ଦେଖିବାକୁ ମିଳିଛି ନରଓ୍ୱେ ସାଗରରେ । ଏଠାରେ ଭୂସ୍ଖଳନ ଘଟି ଏକ ବିରାଟ ଭୂଖଣ୍ଡ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି ।

 ଭୂସ୍ଖଳନ ଘଟିଥିବା ଅଞ୍ଚଳ ହେଉଛି ଅଲଟାର ଉତ୍ତର ପ୍ରାନ୍ତର ଏକ ସ୍ଥାନ ।  ଭୂସ୍ଖଳନ ବେଳେ ୮୦୦ ମିଟର ଲମ୍ବର ଏକ ବିରାଟ ଭୂଖଣ୍ଡ ସମୁଦ୍ରରେ ଖସିପଡିଥିଲା । ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଏନେଇ ଫିନମାର୍କ ପୋଲିସ ସୂଚନା ଦେଇଛି ।

wp:html /wp:html

ଏହି ଅଞ୍ଚଳରେ ୩୩୦ଜଣିଆ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି । ଉଦ୍ଧରକାରୀ ଦଳ କିଛି ବ୍ୟକ୍ତିଙ୍କୁ ହେଲିକପ୍ଟର ସାହାଯ୍ୟରେ ମଧ୍ୟ ଉଦ୍ଧାର କରିଥିଲେ ।

ଦି ଲୋକାଲର ରିପୋର୍ଟ ଅନୁସାରେ, ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି । ସେହି ସ୍ଥାନରେ ପୁଣି ଭୂସ୍ଖଳନର ଭୟ ରହିଛି । ତେବେ କିଛି କୁକୁରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ପହଁରି କୂଳକୁ ପଳାଇ ଆସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.