Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରବଳ ବର୍ଷା ସହ ଭୂସ୍ଖଳନ: ୪୦ ମୃତ, ୧୧ ନିଖୋଜ

13/07/2020 at 12:00 PM

କାଠମାଣ୍ଡୁ, ୧୩।୦୭: ନେପାଳରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଓ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଏଥିରେ ସନିବାର ୪୦ଜଣଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଗତ କିଛିଦିନ ଧରି ନେପାଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏପରିକି ଅନେକ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏଥିରେ ସଙ୍ଖୁଓ୍ୱାସବା ଅଞ୍ଚଳରେ ୮ଟି ଘର ଭାସି ଯାଇଛି ।

ସେହିପରି ୧୧ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନା ଓ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏପରିକି ଦେଶର ଅନେକ ସ୍ଥାନରେ ରାସ୍ତା ମଧ୍ୟ ଧୋଇଯାଇଛି । ଆଉ କେତେକ ସ୍ଥାନରେ ଭୂସ୍ଖଳନରେ ପୋଲ, କେନାଲ ଆଦି ଭୁଶୁଡି ପଡିଛି ।

   Related Posts