ପଥର କ୍ୱାରୀରେ ଫସି ରହିଥିବା ୨ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ହେବ ପଥର ବ୍ଲାଷ୍ଟିଂ

Published By : Prameya-News7 Bureau | June 07, 2018 IST

ଜୟପୁର ରାଣୀଗଡ ପଥର କ୍ୱାରୀରେ ଫସି ରହିଥିବା ୨ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ହେବ ପଥର ବ୍ଲାଷ୍ଟିଂ । ଏଥିପାଇଁ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ । ପଥର କ୍ୱାରୀର ୧ କିଲୋମିଟର ମଧ୍ୟରେ ଯାତାୟତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଉଦ୍ଧାର ପାଇଁ ରାଞ୍ଚିରୁ ସେନା ଆସିଥିଲେ ମଧ୍ୟ ବାୟୁ ସେନାକୁ ଅପେକ୍ଷା କରାଯାଇଛି । ଦିଲ୍ଲୀରୁ ବାୟୁସେନାର ଟେକ୍ନିକାଲ୍ ଟିମ୍ ଆସିବା ପରେ ୨ ଜେସିବି ଅପରେଟରଙ୍କ ଉଦ୍ଧାର କେମିତି ହେବ ତାହା ଜଣାପଡ଼ିବ । ଆଜିକୁ ୮ ଦିନ ହେଲାଣି ପଥର କ୍ବାରୀରେ ଫଶି ରହିଛନ୍ତି ୨ ଜେସିବି ଅପରେଟର । ପ୍ରଥମେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପରେ NDRF ଟିମ୍ ଉଦ୍ଧାର ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସେଥିର୍ ବିଫଳ ହେବା ପରେ ସେନାର ସହାୟତା ନିଆଯାଇଥିଲା । ହେଲେ ସେନା ବିଫଳ ହେବା ପରେ ଦିଲ୍ଲୀରୁ ବାୟୁସେନାର ଟେକ୍ନିକାଲ୍ ଟିମ୍ ଆସି ଉଦ୍ଧାର କାର୍ଯ୍ୟ ସାମିଲ ହେବେ । ତେବେ ଏତେ ଦିନ ହେଲା ଫଶି ରହିଥିବା ୨ ଜେସିସିବି ଅପରେଟର ବଞ୍ଚିଛନ୍ତି କି ମରିଯାଇଛନ୍ତି ସେ ନେଇ ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.