ହିମାଚଳରେ ଭୂସ୍ଖଳନ: ହଠାତ ପାହାଡ ଭାଙ୍ଗି ବିଚ୍ଛିନ୍ନ ହୋଇଗଲା ରାସ୍ତା, ଫସି ରହିଛନ୍ତି ଶହ ଶହ ଲୋକ, ଦେଖନ୍ତୁ ଛତିଥରା ଭିଡିଓ

Published By : Prameya-News7 Bureau | July 30, 2021 IST

ଶିମଲା ୩୦/୦୭ : ହିମାଚଳ ପ୍ରଦେଶର ସିରମୋରରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଯାଇଛି। ବରୱାସ ନିକଟରେ ଜାତୀୟ ରାଜପଥ ୭୦୭ ରେ ଯାତାୟାତ ବନ୍ଦ କରାଯାଇଛି। ଏଠାରେ ବର୍ଷା ହେବା ପରେ ଭୂସ୍ଖଳନ ହେତୁ ପାହାଡ ଫାଟି ଏବଂ ପଥରଗୁଡିକ ଖଣ୍ଡ ଖଣ୍ଡ ହୋଇ ପଡ଼ିବାକୁ ଲାଗିଲା।

ପାହାଡ ଖସିଯିବା କାରଣରୁ ରାସ୍ତା ମଧ୍ୟ ଭାଙ୍ଗି ଯାଇଛି। ଶହ ଶହ ଲୋକ ରାସ୍ତାରେ ଫସି ଯାଇଛନ୍ତି ଏବଂ ଅନେକ ଘଣ୍ଟା ଧରି ରାସ୍ତା ଜାମ୍ ରହିଛି । ପୋଣ୍ଟାନା ସାହିବକୁ ସଂଯୋଗ କରୁଥିବା ୭୦୭ ନମ୍ବର ଜାତୀୟ ରାଜପଥକୁ ଉତ୍ତରାଖଣ୍ଡର ଲୋକମାନେ ମଧ୍ୟ ବ୍ୟବହାର କରନ୍ତି। ଭୂସ୍ଖଳନ ହେତୁ ଅନେକ ଲୋକ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଛନ୍ତି।

ଆଇଏମଡି ଅନୁଯାୟୀ ଅଗଷ୍ଟ ୧ ପର୍ଯ୍ୟନ୍ତ ଦେଶର ପୂର୍ବ, ପଶ୍ଚିମ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଶୁକ୍ରବାର ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ ଏବଂ ଝାରଖଣ୍ଡ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ଜାମ୍ମୁ କାଶ୍ମୀରରେ ବର୍ଷା ହେବାର ସମ୍ଭାବନା ରହିଛି।

wp:html https://twitter.com/ANI/status/1420961249530052613 /wp:html

ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ୧୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ଆଇଏମଡି ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିମଧ୍ୟରେ ଶୋପୁର, ମୋରେନା, ଟିକାମଗଡ, ଛତ୍ରପୁର, ସାଗର, ଡାଟିଆ, ଶିବପୁରୀ, ଅନୁପପୁର, ଡିନ୍ଦୋରୀ, ନେମୁଚ, ମାଣ୍ଡସାଉର, ରତ୍ଲାମ, ବାଲାଘାଟ ଏବଂ ମଣ୍ଡଳ ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ବର୍ଷା ପୂର୍ବାନୁମାନ କରିଛି ଆଇଏମଡି। ଶୁକ୍ରବାର ଦିନ ଡେରାଡୁନ, ତେହେରୀ, ହରିଦ୍ୱାର, ନୈନିତାଲ, ବାଗେଶ୍ୱର ଏବଂ ପିଥୋରାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ରାଜସ୍ଥାନର ନାଗୌର, ସିକର ଏବଂ ଭରତପୁର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଝୁଞ୍ଜୁନୁ, ଜୟପୁର, ଟୋଙ୍କ, ଭିଲୱାରା, କୋଟା, ବାରା ଏବଂ ଚୁରୁରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ IMD ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.