ପାହାଡ ଧସି ୮ ମୃତ, ୨ ନିଖୋଜ, ପଥର ତଳେ ଏବେବି ଦବି ରହିଛି ତୀର୍ଥଯାତ୍ରୀଙ୍କ ୩ ବାହନ

Published By : Prameya-News7 Bureau | October 20, 2019 IST

ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡରେ ଭୂସ୍ଖଳନ ହୋଇଛି। ଫଳରେ ତୀର୍ଥ ଯାତ୍ରୀଙ୍କ ବାହନ ଉପରକୁ ପାହାଡ ଅଜାଡି ହୋଇପଡିଥିବା ବେଳେ ୩ଟି ବାହନରେ ଯାତ୍ରା କରୁଥିବା ୮ଜଣଙ୍କ ମୃତ୍ୟୁ ହୋଇଛି। ରୁଦ୍ରପ୍ରୟାଗ ଜିଲ୍ଲାପ୍ରଶାସନ ବାହନରୁ ମୃତ ଯାତ୍ରୀଙ୍କ ଶବ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପୋଷ୍ଟମର୍ଟମ ଲାଗି ପଠାଇଛି। ଏହି ଦୁର୍ଘଟଣା ରୁଦ୍ରପ୍ରୟାଗର ଚଣ୍ଡି କା ଧାର ଅଞ୍ଚଳରେ ହୋଇଛି। ପାହାଡ ତଳେ ଆହୁରି ଯାନବାହନ ଓ ଲୋକେ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଣୁ ଏସଡିଆରଏଫ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। 

{"id":172294}

ଏହି ଦୁର୍ଘଟଣା ଶନିବାର ବିଳମ୍ବିତ ସନ୍ଧ୍ୟାରେ ହୋଇଥିବା ରୁଦ୍ରପ୍ରୟାଗ ଜିଲ୍ଲା ଅଧିକାରୀ ମଙ୍ଗେଶ ଗୋଲ୍ଡିୟାଲ କହିଛନ୍ତି। ଏଣୁ ରବିବାର ସକାଳେ ପ୍ରଶାସନକୁ ରାସ୍ତା ଅବରୋଧ ନେଇ ସୂଚନା ମିଳିଥିଲା। ରାସ୍ତା ସଫା କରିବା ବେଳେ ପାହାଡରୁ ଧସିପଡିଥିବା ବଡବଡ ପଥର ତଳେ ଯାତ୍ରୀଙ୍କ ବାହନ ଥିବା ଜଣାପଡିଥିଲା। ଏଥିରେ ଗୋଟିଏ କାର ଓ ୨ଟି ମୋଟର ସାଇକେଲ ଥିବା ଦେଖାଯାଇଛି। ତେବେ କାର ଓ ମୋଟର ସାଇକେଲରେ କେତେଜଣ ଥିଲେ ତାହା ସ୍ପଷ୍ଟ ହୋଇନଥିଲେ ହେଁ ପଥର ଧକ୍କାରେ ବାଇକ୍ ଆରୋହୀମାନେ ଖାଇକୁ ଖସିପଡିଥିଲେ।

{"id":172295}

ଏପର୍ଯ୍ୟନ୍ତ ପ୍ରଶାସନ ଓ ଏସଡିଆରଏଫ ମିଳିତ ଅଭିଯାନରେ ମୋଟ ୫ଟି ଶବ ଉଦ୍ଧାର କରିଛନ୍ତି। ଆଉ ୩ଟି ଶବ ପଥର ତଳେ ଦବି ରହିଛି। ତେବେ ରାସ୍ତା ସମ୍ପୂର୍ଣ୍ଣ ସଫା ହେଲେ ମୃତାହତଙ୍କ ବାସ୍ତବିକ ସଂଖ୍ୟା ଜଣାପଡିବ ବୋଲି ଜିଲ୍ଲାଧିକାରୀ କହିଛନ୍ତି। କାର ଓ ମୋଟରସାଇକେଲ ଆରୋହୀମାନେ କେଦାରନାଥରୁ ଫେରିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ତେବେ ସେମାନେ କେଉଁଠାରୁ ଆସିଥିଲେ ଓ କେଉଁଠାକୁ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.