ଅଘଟଣରୁ ବର୍ତ୍ତିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ: ଗସ୍ତର କିଛି ସମୟ ପୂର୍ବରୁ କନକଦୁର୍ଗା ମନ୍ଦିର ନିକଟରେ ପାହାଡ଼ରୁ ଖସିଆସିଲା ପଥର, ୨ ଗୁରୁତର

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଳୀ ୨୧/୧୦: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ଥିବା ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ନିକଟରେ ବୁଧବାର ପାହାଡ଼ ଧସିବା ଫଳରେ ଭୟର ବାତାବରଣ ଖେଳିଯାଇଛି। ବହୁ ଶ୍ରଦ୍ଧାଳୁ ଏବେ ବି ଫସି ରହିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଇନ୍ଦ୍ର କିଲାଡି ପାହାଡ଼ରୁ ବଡ଼ ବଡ଼ ପଥର ଖସି ଆସିଥିଲା। କନକଦୁର୍ଗା ମନ୍ଦିର କାନ୍ଥରେ ପଥର ଗୁଡ଼ିକ ବାଡ଼େଇ ହୋଇଥିଲା। ପରେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଫଳରେ ଦଳଚକଟାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ମୁଖ୍ୟମନ୍ତ୍ରୀ କନକଦୁର୍ଗା ମନ୍ଦିର ଯିବାର କାର୍ଯ୍ୟକ୍ରମ ଥିଲା।

wp:core-embed/twitter {"url":"https://twitter.com/ANI/status/1318862697836867584","type":"rich","providerNameSlug":"twitter","className":""}
https://twitter.com/ANI/status/1318862697836867584
/wp:core-embed/twitter

ଦଶହରା ପାଇଁ ଅକ୍ଟୋବର ୧୭ରୁ ସେଠାରେ ପୂଜା ଆରମ୍ଭ ହୋଇଯାଇଛି। ଯାହାକୁ ଶ୍ରୀ ଦୁର୍ଗା ମାଲେଶ୍ବାରା ସ୍ବାମୀ ଭାରଲା ଦେବାସ୍ଥାନମ ବୋଲି କୁହାଯାଏ। ତେବେ ଏହାରି ଭିତରେ କୋଭିଡ ନିୟମ ମାନି ଶ୍ରଦ୍ଧାଳଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି। ପ୍ରତି ଘଣ୍ଟାରେ କେବଳ ୧୦୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.