Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ଶକ୍ତିଶାଳୀ ଆଇଇଡି ଓ ବିସ୍ଫୋରକ

25/11/2020 at 7:47 AM

ରାଉରକେଲା ୨୫।୧୧ : ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ମିଳିଲା ଶକ୍ତିଶାଳୀ ଆଇଇଡି ସହ ବିସ୍ଫୋରକ । ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୂର୍ବାହ୍ନରେ ସିଆର୍ ପିଏଫ୍ ପକ୍ଷରୁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଥିଲା ।  

ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ରିଜର୍ଭ ଫରେଷ୍ଟ ରେଞ୍ଜ୍ ର କେନ୍ଦ୍ରୀୟାବୁରୁ ପାହାଡ଼ ନିକଟରୁ ୨ଟି ଆଲୁମିନିୟମ୍ କଣ୍ଟେନରରେ ଆମୋନିୟମ୍ ନାଇଟ୍ରେଟ୍ ସହ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟ ଖଞ୍ଜା ଯାଇଥିବ ୧୮ ରୁ ୨୦ କିଲୋ ଓ ୧୫ ରୁ ୧୮କିଲୋର ୨ଟି ଶକ୍ତିଶାଳୀ ଆଇଇଡି କୁ ଉଦ୍ଧାର କରିଥିଲେ । ଏଥିସହ ଘଟଣାସ୍ଥଳରୁ ୭ଟି ଇଲେକ୍ଟ୍ରୋନିକ୍ ଡିଟୋନେଟର୍, ୧୨୫ ଗ୍ରାମର ପ୍ଲାଷ୍ଟିକ ବିସ୍ଫୋରକ ଦ୍ରବ୍ୟ,୧.୫ ଲିଟର୍ ଲିକ୍ବିଡ୍ ଏକ୍ସପ୍ଲୋସିଭ, ଇଲେକ୍ଟ୍ରିକାଲ୍ ଓୟାର ସମେତ ଅନ୍ୟାନ୍ୟ ବିସ୍ପୋରକ ପ୍ରସ୍ତୁତକାରୀ ସାମଗ୍ରୀ ଉଦ୍ଧାର କରାଯାଇଛି । ଉଦ୍ଧାର ୨ଟି ଶକ୍ତିଶାଳୀ ଆଇଇଡିକୁ ଜଙ୍ଗଲ ଭିତରେ ହିଁ ଅକାମୀ କରାଯାଇଥିଲା । ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ କେ. ବଲାଙ୍ଗ ଥାନାରେ ଜମା କରାଯାଇଛି ।

   Related Posts