ଲଙ୍ଗଲକାଟ ଜଙ୍ଗଲରୁ ୧୫ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଜବତ

Published By : Prameya-News7 Bureau | February 02, 2019 IST

ବଣାଇ ୨|୨: ପନ୍ଦର କିଲୋ ଓଜନର ଲ୍ୟାଣ୍ଡମାଇନ୍ ଜବତ । ବଣାଇ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଲକାଟ ଜଙ୍ଗଲରୁ ଏହି ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଗତକାଲି କେ. ବଲାଙ୍ଗ ଥାନା ପୋଲିସ ଓ ସିଆରପିଏଫ୍ର ମିଳିତ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିଛାଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ରାଉରକେଲାରୁ ବମ୍ ସ୍ବାର୍ଡ ଆସି ଜଙ୍ଗଲରେ ବିସ୍ଫୋରଣ କରି ଅକାମୀ କରିଦେଇଥିଲେ । ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.