ପୋଲିସକୁ ବୋମା ଲଗାଇ ଉଡାଇବା ଷଡଯନ୍ତ୍ର ହେଲା ଭଣ୍ଡୁର : ଲ୍ୟାଣ୍ଡମାଇନ ଜବତ, ସୀମାରେ ହାଇ ଆଲର୍ଟ ଜାରି

Published By : Prameya-News7 Bureau | June 16, 2020 IST

ସୋନଭଦ୍ର ୧୬/୦୬ : ଉତ୍ତର ପ୍ରଦେଶ ସୋନଭଦ୍ର ସୀମାରେ ବିହାର ରୋହତାସ ଜିଲ୍ଲା ଯଦୁନାଥପୁର ଥାନା ଡ଼ୁମର ଖୋହଁ ଜଙ୍ଗଲରେ ଥିବ ଏକ ପୋଲ ତଳୁ ଲ୍ୟାଣ୍ଡମାଇନ ଜବତ ହୋଇଛି | ଦୁଇଟି ଜୀବନ୍ତ ବୋମା ଜବତ ହୋଇଛି | ବିହାର ପୋଲିସ ଏବଂ ସିଆରପିଏଫ ଠିକ ସମୟରେ ଡିଫ୍ୟୁଜ କରିଛନ୍ତି | ଘଟଣା ସୋନଭଦ୍ର ମାଚି ଥାନା ନିକଟସ୍ଥ ଅଞ୍ଚଳରେ ଘଟିଛି | ଏହାପରେ ନକ୍ସଲଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସୋନଭଦ୍ର ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି |

ସୋନଭଦ୍ର ଜିଲ୍ଲା ସୀମା ସହିତ ଲାଗିଥିବା ୪ଟି ରାଜ୍ୟର ସୀମାରେ କମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି | ଏହାସହ ବୋମା କିଭଳି ଡିଟେକ୍ଟ କରାଯିବ ଏବଂ ଡିଫ୍ୟୁଜ କରାଯିବ ସେନେଇ ପୋଲିସ ଯବାନଙ୍କୁ ସୂଚନା ଦିଆଯାଇଛି | ନିକଟସ୍ଥ ଅଞ୍ଚଳରେ ଥିବ ସମସ୍ତ ସଡ଼କପଥ ଓ ପୋଲ ଆଦିକୁ ଯାଞ୍ଚ କରିବାକୁ ପୋଲିସ ଅଧିକ୍ଷକ ଆଦେଶ ଦେଇଛନ୍ତି |

ଏହା ପ୍ରଥମ ଘଟଣା ଯେତେବେଳେ କମ୍ବିଙ୍ଗ ଅପରେସନ ସମୟରେ ପୋଲିସ ଓ ସିଆରପିଏଫ ଗାଡିକୁ ବୋମା ଲଗାଇ ଉଡ଼ାଇବାକୁ ନକ୍ସଲ ଲ୍ୟାଣ୍ଡମାଇନ ଓ ବିସ୍ଫୋରକ ପ୍ରୟୋଗ କରିଥିଲେ | କିନ୍ତୁ ସତର୍କତା ଯୋଗୁଁ ଏକ ବଡ ଘଟଣାରୁ ଯବାନ ବର୍ତ୍ତିଗଲେ | 

ପୋଲିସ ଅଧିକ୍ଷକ ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ, ବୋମା ଜବତ ପରେ ଝାରଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ବିହାର ସୀମାରେ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି | ଏହାସହ ପୋଲିସ ଯବାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି | ଏହାସହ ଅଧିକ ଗମନାଗମନ ହେଉଥିବା ସଡ଼କପଥ ଓ ପୋଲଗୁଡିକୁ ଭଲ ଭାବେ ଯାଞ୍ଚ କରିବାକୁ ଯବାନଙ୍କୁ ନିର୍ଦେଶ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.