୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ

Published By : Prameya-News7 Bureau | September 16, 2020 IST

ମାଲକାନଗିରି ୧୬।୦୯: ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ । ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନଷ୍ଟ କରିଛନ୍ତି ସୁରକ୍ଷାକର୍ମୀ ।

{"id":330165,"sizeSlug":"large"}

ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲା ମୁରଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ଠାବ କରିବା ସହ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି ମାଓ ଅପରେସନରେ ନିୟୋଜିତ ସି.ଆର୍.ପି.ଏଫ୍ ଯବାନମାନେ ।

{"id":330166,"sizeSlug":"large"}

୫ କିଲୋ ଓଜନର ଏହି ଲ୍ୟାଣ୍ଡମାଇନକୁ ନଷ୍ଟ କରିଦିଆଯାଇଛି । ଠିକ୍ ସମୟରେ ଯଦି ଏହାକୁ ଠାବ କରାଯାଇନଥାନ୍ତା ତାହେଲେ ହୁଏତ, ଏହା ସାଧାରଣ ଲୋକ କିମ୍ବା ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.