ମାଲକାନଗିରିରେ ପୁଣି ମାଓ ହିଂସା ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡାଇଦେଲେ ପଞ୍ଚାୟତ କାର୍ଯ୍ୟାଳୟ

Published By : Prameya-News7 Bureau | May 18, 2019 IST

ମାଲକାନଗିରି ୧୮|୫: ମାଲକାନଗିରି ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡାଇଦେଲେ ପଞ୍ଚାୟତ କାର୍ଯ୍ୟାଳୟ । ମାଥିଲି ବ୍ଳକ୍ ଅନ୍ତର୍ଗତ ତେମୁରୁପାଲ୍ଲି ପଞ୍ଚାୟତ କାର୍ଯ୍ୟାଳୟକୁ ଗତ ରାତିରେ ନକ୍ସଲମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ବିସ୍ଫୋରଣରେ କାର୍ଯ୍ୟାଳୟଟି ସଂପୂର୍ଣ୍ଣ ଭାବେ ଧ୍ବଂସ ହୋଇ ଯାଇଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.