ଲମତାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ପୋଲିସ ଭ୍ୟାନ୍

Published By : Prameya-News7 Bureau | April 10, 2019 IST

ଲମତାପୁଟ ୧୦|୪ : କୋରାପୁଟ ଲମତାପୁଟରେ ବଡ ଧରଣର ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ହୋଇଛି । ଲମତାପୁଟ ବ୍ଲକ୍ ଲୁଗୁମ୍‌ ଓ ଚିଲିବା ମଧ୍ୟରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୁରକ୍ଷାବାହିନୀ । ବାଲେଲ୍‌ ଗାଁରୁ ପୋଲିଂ ପାର୍ଟିକୁ ଛାଡି ଆସିବାବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ, ୧୫ କିମି ରେଡିୟସ୍ ମଧ୍ୟରେ ଭୂମିକମ୍ପ ଭଳି ଅନୁଭୂତ ହୋଇଛି । ଲମତାପୁଟ-ବାଲେର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ କମ୍ବିଂ ଅପରେସନ ଜାରି ରହିଛି । ବିଭିନ୍ନ ସ୍ଥାନରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜି ଥିବା ସନ୍ଦେହ କରାଯାଉଛି । ସେହିପରି ଜଲାପୁଟ ପମ୍ପ ହାଉସ ନିକଟ ନୂତନ ବ୍ରିଜ ତଳୁ ଲ୍ୟାଣ୍ଡମାଇନ ଠାବ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.