ମାଲକାନଗିରି ଗୋବିନ୍ଦପାଲି ଘାଟିରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ : ଜଣେ ବିଏସ୍‌ଏଫ୍ ଯବାନ ଗୁରୁତର

Published By : Prameya-News7 Bureau | May 13, 2019 IST

ମାଲକାନଗିରି ୧୩\୫ : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଛି ।ବିସ୍ଫୋରଣରେ ଜଣେ ବିଏସ୍‌ଏଫ୍ ଯବାନ ଗୁରୁତର ହୋଇଛନ୍ତି । ରୋଡ୍ ପାଟ୍ରୋଲିଂ ସାରି କଟିଘାଟ କ୍ୟାମ୍ପକୁ ଫେରୁଥିଲେ ଯବାନ ।ଗୁରୁତର ଯବାନଙ୍କୁ ହେଲିକେପ୍ଟର ଯୋଗେ ବିଶାଖାପାଟନମ୍ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ପରେ ମାଲକାନଗିରି-ଜୟପୁର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଗତ ୧୧ ତାରିଖରେ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲ୍ଲି ପଞ୍ଚାୟତର ଗୁଗାପଦର ଜଙ୍ଗଲରେ ମାଓବାଦୀଙ୍କ ଦ୍ବାରା ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ୨ ଜଣ ଏସ.ଓ.ଜି ଜବାନ ଓ ଜଣେ ସାଧାରଣ ଆଦିବାସି ଯୁବକ ଗୁରୁତର ହୋଇଥିଲେ ।

{"id":111395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.