Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

କରୋନା ପାଇଁ ଘରଭଡା ଛାଡ, ଭଡାଟିଆଙ୍କୁ ମାସେ ଭଡା ନମାଗିବାକୁ ଘର ମାଲିକଙ୍କୁ ନୋଏଡା ଡିଏମ୍‌ଙ୍କ ନିର୍ଦ୍ଦେଶ

28/03/2020 at 2:53 PM

ନୋଏଡା ୨୮।୦୩: ସାରାଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହିପରି ଉତ୍ତପ୍ରଦେଶ ନୋଏଡାରେ ଭଡାଟିଆଙ୍କୁ ଆଶ୍ବସ୍ତି ମିଳିଛି । ଯେଉଁ ମାନେ ଭଡା ଘରେ ରହୁଛନ୍ତି ସେମାନଙ୍କଠାରୁ ମାସକର ଘର ଭଡା ଆଦାୟ କରିବେନି ଘର ମାଲିକ । ଯେଉଁ ଘର ମାଲିକ ଜବରଦସ୍ତ ଭଡା ଆଦାୟ କରିବେ ସେମାନଙ୍କୁ ଜରିମାନା ହେବ ବା ୨ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ନୋଏଡା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଶ୍ରମିକ ଏବଂ କର୍ମଚାରୀଙ୍କଠାରୁ ଘର ମାଲିକ ମାସକର ଭଡା ଆଦାୟ କରିବେନି ବୋଲି ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ବି.ଏନ୍ ସିଂ ମଧ୍ୟ କହିଛନ୍ତି ଯେ, କରୋନା  ସଙ୍କଟକୁ ନେଇ ଆମେ ଏକାଠି ହୋଇ ଲଢେଇ କରିବା । ସେ ଆହୁରି ମଧ୍ୟ କହିଛନ୍ତି, “ଦୟାକରି ଆଇନ ପାଳନ କରନ୍ତୁ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅନୁସରଣ କରନ୍ତୁ। ଯଦି ଆପଣ କିଛି ଜରୁରୀକାଳୀନ ପରିସ୍ଥିତିରେ ବାଧ୍ୟ ନ ହୁଅନ୍ତି ତେବେ ପରିଚାଳନା ବାହାରକୁ ଯାଆନ୍ତୁ। ଆନୁଷ୍ଠାନିକ କାର୍ଯ୍ୟ ସରିବା ପରେ ମଧ୍ୟ ଦୟାକରି ଆମ ସହ ସହଯୋଗ କରନ୍ତୁ।” ନୋଏଡାରେ ଏପର୍ଯ୍ୟନ୍ତ ପ୍ରାୟ ୧୪ଟି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।

ସାରାଦେଶରେ କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ତେବେ ଦେଶରେ କରୋନା ସ୍ଥିତିକୁ ଦେଖି ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

   Related Posts